14.1 C
Bhubaneswar
Monday, January 12, 2026
Homeଓଡିଶା୫୬୦ ଲିଟର ଦେଶୀମଦ ବୋଝେଇ ବୋଲେରୋ ଜବତ କଲା ପୋଲିସ

୫୬୦ ଲିଟର ଦେଶୀମଦ ବୋଝେଇ ବୋଲେରୋ ଜବତ କଲା ପୋଲିସ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ମୋରଡା ଅବକାରୀ ବିଭାଗ ଆଜି ଏକ ବୋଲେରୋକୁ ଜବତ କରିବା ସହିତ ପାଞ୍ଚଶହ ଲିଟରରୁ ଉର୍ଦ୍ଧ୍ବ ଦେଶୀମଦ ଜବତ କରିଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ, ଆଜି ଅପରାହ୍ନ ସମୟରେ ଏକ ବୋଲେରୋ(ଡବ୍ଲ୍ୟୁବି-୩୪ଏନ-୬୨୬୬) ନଂ ରେ ବେଆଇନ ଭାବେ ୫୬୦ ଲିଟର ଦେଶୀମଦ ପଡୋଶୀ ପଶ୍ଚିମବଙ୍ଗର ଧୁମସାହିରୁ ସୁନାକଣିଆକୁ ମୋରଡା ବ୍ଲକ ରାସ୍ତା ଦେଇ ଯାଉଥିବା ସମୟରେ କୌଣସି ସୂତ୍ରରୁ ଖବରପାଇ ମୋରଡା ଅବକାରୀ ଅଧିକାରୀ ଦୀପକ କୁମାର ରାଉତ, ଏଏସଆଇ ରେଣୁକା ମଲ୍ଲିକ, କନେଷ୍ଟବଳ ଯଶୋବନ୍ତ ନାଏକ ଏବଂ ପିଥନାଥ ମୁର୍ମୁ ମୋରଡା ବ୍ଲକର ପଳାଶମୁଣ୍ଡୁଳି ସୁବର୍ଣ୍ଣରେଖା କେନାଲ ବନ୍ଧ ରାସ୍ତା ଉପରେ ବୋଲେରକୁ ଅଟକାଇଥିଲେ। ତେବେ ବୋଲେରୋକୁ ଜବତ କରିବା ସହିତ ଡ୍ରାଇଭର ସତ୍ୟଜିତ ସେଠୀଙ୍କୁ ଗିରଫ କରିଥିବା ବେଳେ ଘଟଣାସ୍ଥଳରୁ ଅନ୍ୟ ଜଣେ ଫେରାର ଅଛନ୍ତି। ଏନେଇ ଅବକାରୀ ଥାନାରେ ୧୭୧/୨୬ରେ ଏକ ମାମଲା ରୁଜୁ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking