ଭୁବନେଶ୍ୱର: ଲୋକସେବା ଭବନ ଘେରାଉ ଉଦ୍ୟମ କରିଛି ବିଜେଡି । ଲୋୟର ପିଏମଜିରେ ବିଜେଡି କର୍ମୀଙ୍କ ରଣହୁଙ୍କାର ଦେଖାଦେଇଛି । ଚାରିଆଡେ ପୁଲିସ ଛାଉଣୀ ଘେରି ରହିଛନ୍ତି । ଲୋକସେବା ଭବନ ଆଡକୁ ବିଜେଡି କର୍ମୀ ବଢୁଥିବା ବେଳେ ସେମାନଙ୍କ ଉପରେ ପାଣିମାଡ କରାଯାଇଛି । ପାଣି ମାଡ଼ ପରେ ଲୁହ ବୁହା ଗ୍ୟାସ ମାଡ଼ କରିଛନ୍ତି । ପୋଲିସ – ବିଜେଡିକର୍ମୀ ମୁଁହାମୁଁହି ହୋଇଛନ୍ତି । ଲୋକସେବା ଭବନ ସମ୍ମୁଖ ଫାଟକ ବନ୍ଦ କରାଯାଇଛି । ବିଜେଡି ଘେରାଉ ପାଇଁ ଘୋଷଣା କରିଥିବାରୁ ସୁରକ୍ଷା ଦୃଷ୍ଟିରୁ ଏଭଳି ପଦକ୍ଷେପ ନେଇଛନ୍ତି ସରକାର । ସୋମବାର ରାତିରେ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ହୋଇଥିଲା।










