30.1 C
Bhubaneswar
Wednesday, March 25, 2026
Homeଓଡିଶାପୁଲିସ ନକ୍ସଲ ଗୁଳିବିନିମୟ: ୨ ନକ୍ସଲ ମୃତ

ପୁଲିସ ନକ୍ସଲ ଗୁଳିବିନିମୟ: ୨ ନକ୍ସଲ ମୃତ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି।ଏହି ଗୁଳିବିନିମୟରେ ୨ ଜଣ ନକ୍ସଲ ନିହତ ହୋଇଥିବାବେଳେ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ କରାଯାଇଛି। ଘଟଣା ଅନୁଯାୟୀ ବିଶେଷ ସୂତ୍ରରୁ ବିଜାପୁର ଜିଲ୍ଲାର ଉସୁର-ବାସାଗୁଡା-ପାମେଡ ଅଂଚଳରେ ନକ୍ସଲ କ୍ୟାମ୍ପ କରି ରହିଥିବା ପୁଲିସକୁ ସୂଚନା ମିଳିଥିଲା।

ତୁରନ୍ତ ଡିଆରଜି,ଏସଟିଏଫ,କୋବ୍ରା ଏବଂ ସିଆରପିଏଫ ବାଟାଲିୟନର ଯବାନ ଏହି ଅଂଚଳକୁ ସର୍ଚ୍ଚ ଅପରେସନରେ ବାହାରିଥିଲେ। ଆଜି ନକ୍ସଲଙ୍କ ସହ ସାମ୍ନାସାମ୍ନି ହୋଇଥିଲା। ନକ୍ସଲ ଯବାନଙ୍କୁ ଦେଖି ଅତର୍କିତ ଗୁଳି ଚଳାଇଥିଲେ। ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲେ। ଦିନ ଚାରିଟା ପର୍ଯ୍ୟନ୍ତ ରହି ରହି ନକ୍ସଲ ତରଫରୁ ଗୁଳି ଚଳାଯାଉଥିଲା। ତେବେ ଯବାନ ଘଟଣାସ୍ଥଲରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ଦୁଇ ଜଣ ନକ୍ସଲଙ୍କର ମୃତ ଦେହ ଠାବ କରିବା ସହ ମାଓ ସାମଗ୍ରୀ ଜବତ କରିଛି। ମୃତ ମାଓବାଦୀଙ୍କର ଚିହ୍ନଟ ହୋଇନଥିବା ପୁଲିସ କହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking