18.1 C
Bhubaneswar
Monday, February 9, 2026
Homeଓଡିଶାପୋଲିସ-ମେଜର ବିବାଦ ମାମଲା, କମିଶନଙ୍କ ତଦନ୍ତ ଶେଷ

ପୋଲିସ-ମେଜର ବିବାଦ ମାମଲା, କମିଶନଙ୍କ ତଦନ୍ତ ଶେଷ

ଭୁବନେଶ୍ବର: ଭରତପୁର ଥାନା ପୋଲିସ ଓ ମେଜରଙ୍କ ବାନ୍ଧବୀ ମଧ୍ୟରେ ହୋଇଥିବା ବିବାଦ ମାମଲାର କମିଶନଙ୍କ ତଦନ୍ତ ଶେଷ ହୋଇଛି। ତଦନ୍ତ କରୁଥିବା ଜଷ୍ଟିସ ଚିତ୍ତରଞ୍ଜନ ଦାସ କମିଶନଙ୍କ ତଦନ୍ତ ଶେଷ ହୋଇଛି। ଫେବୃଆରୀ ୨୮ ସୁଦ୍ଧା ସରକାରଙ୍କୁ କମିଶନ ରିପୋର୍ଟ ଦେବେ । କମିଶନଙ୍କ ଅବଧି ଜାନୁଆରୀ ୩୧ ଯାଏ ଧାର୍ଯ୍ୟ ହୋଇ ଥିଲା। ବୁଧବାର ମେଜରଙ୍କ ବାନ୍ଧବୀ, ପୋଲିସ ଏବଂ ସାକ୍ଷୀ ଥିବା ମୋଟ ୩୫ ଜଣଙ୍କୁ ଜେରା କରିବାର ଥିଲା। ମେଜର ବାନ୍ଧବୀଙ୍କ ଓକିଲ ଆସନ୍ତା ୧୫ ଯାଏଁ ସମୟ ମାଗିଥିଲେ। ଆଉ ସମୟ ନଥିବାରୁ ତଦନ୍ତକୁ ଶେଷ କରିଛନ୍ତି କମିଶନ।

ସୂଚନଯୋଗ୍ୟ ଯେ, ସେପ୍ଟେମ୍ବର ୧୪ ତାରିଖ ରାତିରେ ଭରତପୁର ଥାନାରେ ଆର୍ମି ମେଜର ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ପୁରୁଷ ବନ୍ଧୁଙ୍କ ସହ ତାଙ୍କ ବାନ୍ଧବୀ ରାତି ଗୋଟାଏ ବେଳେ ଅଭିଯୋଗ କରିବାକୁ ଥାନାକୁ ଆସିଥିଲେ। କିନ୍ତୁ ପୋଲିସ ଦୁର୍ବ୍ୟବହାର କରିଥିବା ମେଜର ଓ ତାଙ୍କ ବାନ୍ଧବୀ ଅଭିଯୋଗ ହୋଇଥିଲା।

ଏପରିକି ମେଜରଙ୍କ ବାନ୍ଧବୀଙ୍କୁ ପୋଲିସ କର୍ମଚାରୀ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା। ଘଟଣାରେ ତତ୍କାଳୀନ ଭରତପୁର ଥାନା ଆଇଆଇସି ଓ ୪ ଜଣ ପୋଲିସ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିଲା । ଏପରିକି କ୍ରାଇମବ୍ରାଞ୍ଚକୁ ଘଟଣାର ତଦନ୍ତ ଭାର ଦିଆଯାଇଥିଲା। ପରବର୍ତ୍ତି ସମୟରେ ରାଜ୍ୟ ସରକାର ବିଚାରବିଭାଗୀୟ ତଦନ୍ତ ଲାଗି ପୂର୍ବତ୍ତନ ନ୍ୟାୟଧିଶ ଜଷ୍ଟସ ଚିତ୍ତରଂଜନ ଦାଶଙ୍କ ଅଧ୍ୟକ୍ଷତାରେ ତଦନ୍ତ କମିଶନ ଗଠନ କରିଥିଲେ। ତଦନ୍ତ କମିଶନ ଏକ ସ୍ବତନ୍ତ୍ର ଟିମ ଗଠନ କରି ତଦନ୍ତ ଆରମ୍ଭ କରଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking