31.1 C
Bhubaneswar
Saturday, March 21, 2026
Homeଓଡିଶାମାଓ ନେତା ଶୁକ୍ରୁକୁ ଧରିବାକୁ ପୁଲିସର ସ୍ବତନ୍ତ୍ର ଅପରେସନ

ମାଓ ନେତା ଶୁକ୍ରୁକୁ ଧରିବାକୁ ପୁଲିସର ସ୍ବତନ୍ତ୍ର ଅପରେସନ

କନ୍ଧମାଳ: ଦୁର୍ଦ୍ଦାନ୍ତ ମାଓ ନେତା ଶୁକ୍ରୁକୁ ଧରିବା ପାଇଁ ଓଡ଼ିଶାରେ ବଡ଼ ଧରଣର ଅପରେସନ ଜାରି ରହିଛି ।  କଳାହାଣ୍ଡି- କନ୍ଧମାଳ ରାୟଗଡ଼ା ସୀମାନ୍ତରେ ଶୁକ୍ର ଲୁଚିଥିବା ଗୁଏନ୍ଦା ଖବର ପରେ ଆରମ୍ଭ ହୋଇଛି ଅପରେସନ। ଏସଂପର୍କରେ ସୂଚନା ଦେଇଛନ୍ତି ପୁଲିସ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ। କହିଛନ୍ତି ଦୁର୍ଦ୍ଦାନ୍ତ ମାଓନେତା ଘଞ୍ଚ ଜଙ୍ଗଲରେ ଲୁଚିଥିବା ଖବର ପାଇବା ପରେ ପୁଲିସ ଓ ସୁରକ୍ଷା ବାହିନୀ ମିଳିତ ଭାବେ ଅପରେସନ ଚଳାଇଛନ୍ତି। ମାର୍ଚ୍ଚ ୩୧ ସୁଦ୍ଧା ଶୁକ୍ରକୁ ଜୀବିତ କିମ୍ୱା ମୃତ ଭାବେ ଧରିବା ଓଡ଼ିଶା ପୁଲିସ ପାଇଁ ବଡ଼ ଆହ୍ୱାନ।  ଶୁକ୍ରୁ ନାଁରେ ରହିଛି, ୫୫ ଲକ୍ଷ ଟଙ୍କାର ପୁରସ୍କାର ରାଶି। ଏପରିକି କିଛି ଦିନ ତଳେ ଆତ୍ମସମର୍ପଣ ପାଇଁ ମନ ବଳାଇବାରୁ ସାଥୀ ମାଓବାଦୀ କମାଣ୍ଡର ଅନ୍ୱେଷ ଓରଫ ରେଣୁକୁ ଜଙ୍ଗଲରେ ଗଳାକାଟି ହତ୍ୟା କରିବା ପରେ ମୃତଦେହକୁ ପୋତି ଦେଇଥିଲେ ଶୁକ୍ରୁ ଓ ସାଥୀ କମ୍ରେଡ଼ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking