ଭୁବନେଶ୍ୱର :କଂଗ୍ରେସକର୍ମୀଙ୍କୁ ପୁଲିସର ଲାଠିଚାର୍ଜ କରିଛି । ପୁଲିସ ଉପରକୁ କଂଗ୍ରେସ କର୍ମୀ ପଥରମାଡ କରିଛନ୍ତି । ଚେୟାର ସହ ବୋତଲ ଫିଙ୍ଗିଛନ୍ତି କଂଗ୍ରେସ କର୍ମୀ । ଏହା ସହ ପାଣି ମାଡ ମଧ୍ୟ କରିଛନ୍ତି । ଲୋୟର ପିଏମଜିରେ ଉତ୍ତେଜନା ପରିସ୍ଥିତି ଉପୁଜିଛି । କଂଗ୍ରେସ କର୍ମୀଙ୍କ ଉପରକୁ ଟିୟର ଗ୍ୟାସ ମାଡ କରିବା ସହ ପାଣି ମାଡ କରିଛନ୍ତି ପୋଲିସ । ସୂଚନା ଥାଉ କି , ପ୍ରଥମ ବ୍ୟାରିକେଡ ଭାଙ୍ଗି ଧସେଇ ପଶିବାକୁ ଉଦ୍ୟମ କରିଛନ୍ତି କଂଗ୍ରେସ କର୍ମୀ । ଲୋୟର ପିଏମଜିରେ ଧସ୍ତାଧସ୍ତି ହୋଇଛନ୍ତି । ବ୍ୟାରିକେଡ ଉପରେ ଚଢିଲେ କଂଗ୍ରେସ କର୍ମୀ । ସୂଚନା ଥାଉ କି, ନାରୀ ସୁରକ୍ଷା ପାଇଁ କଂଗ୍ରେସ ଆଜି ପ୍ରତିବାଦ କରିଛି । ଟ୍ରାଫିକ କଟକଣା ଦେଖାଦେଇଛି । ରାମ ମନ୍ଦିର ପାଖରୁ ଆରମ୍ଭ କରିଛନ୍ତି ପଦଯାତ୍ରା । ପଦଯାତ୍ରାରେ ପିସିସି ସଭାପତି ଭକ୍ତ ଦାସ, ସପ୍ତଗିରି ଉଲାକା, ରାମଚନ୍ଦ୍ର କାଡାମ ସାମିଲ ଅଛନ୍ତି । ବିଧାନସଭା ପଯ୍ୟନ୍ତ ଯିବ କଂଗ୍ରେସର ପଦଯାତ୍ରା ।