32.1 C
Bhubaneswar
Sunday, March 29, 2026
Homeଦେଶ ବିଦେଶଛେପ ପକାଇ ଚାଟିବାକୁ ଯୁବକଙ୍କୁ ବାଧ୍ୟ କଲା ପୋଲିସ

ଛେପ ପକାଇ ଚାଟିବାକୁ ଯୁବକଙ୍କୁ ବାଧ୍ୟ କଲା ପୋଲିସ

ଲକ୍ଷ୍ନୌ: ଛେପ ପକାଇ ଚାଟିବାକୁ ଯୁବକଙ୍କୁ ବାଧ୍ୟ କଲା ପୋଲିସ । ସାମ୍ନାକୁ ଆସିଲା ୟୁପି ପୋଲିସର ଅସଲ ଚେହେରା । ଏମିତି ଘଟଣା ଉତ୍ତରପ୍ରଦେଶ ରାୟବରେଲୀରେ ଘଟିଛି । ପୀଡିତ ଜଣକ ଗାଁର ସରପଞ୍ଚ ବୋଲି ଜଣାପଡିଛି । ପୋଲିସ ଏସପି ଯଶବୀର ସିଂ କହିଛନ୍ତି, ନସୀରାବାଦର କପୁରପୁର ଗାଁର ସରପଞ୍ଚ ସୁଶୀଲ ଶର୍ମା ୩୦ ଅକ୍ଟୋବରରେ ବିନା ଅନୁମତିରେ ‘ନୌଟଙ୍କୀ’ ଏକ କାର୍ଯକ୍ରମ ଆୟୋଜନ କରିଥିଲେ। ଏହି ସମୟରେ ସୁଶୀଲ ଏବଂ ତାଙ୍କ ସାଥିମାନେ ନିଶାରେ ହଙ୍ଗାମା କରିବା ସହିତ ଲୋକଙ୍କ ସହିତ ଖରାପ ବ୍ୟବହାର କରିଥିଲେ । ପୋଲିସ ସହିତ ଖରାପ ବ୍ୟବହାର କରାଯିବା ପରେ ସୁଶୀଲ ଶର୍ମାଙ୍କ ସହିତ ୫ ଜଣଙ୍କୁ ଗିରଫ କରିଛି । ଘଟଣା ବିଷୟରେ ଜଣାପଡିବା ପରେ ଯାଞ୍ଚ ଚାଲିଛି । ଅତିରିକ୍ତ ପୋଲିସ ଅଧିକ୍ଷକଙ୍କ ଦ୍ୱାରା ଦାଖଲ ହୋଇଥିବା ରିପୋର୍ଟ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ । ପୋଲିସ ବିଳମ୍ବିତ ରାତିରେ କାର୍ଯ୍ୟକ୍ରମ ବନ୍ଦ କରିବାକୁ ଗାଁକୁ ଆସିଥିଲା । ସେହି ସମୟରେ ଏମାନେ ପୋଲିସ ସହିତ ମାରପିଟ କରିଥିଲେ । ଏହି ସମୟରେ ପୋଲିସ ଏମାନଙ୍କୁ ଗିରଫ କରି ସୁଶୀଲ ଶର୍ମାଙ୍କୁ ଛେପ ଚାଟିବାକୁ ବାଧ୍ୟ କରିଥିଲା । ଅନ୍ୟପକ୍ଷରେ ସୁଶୀଲ ଶର୍ମାଙ୍କ ଅଭିଯୋଗ ମୁତାବକ, ନସୀରାବାଦ ଏସଏଚଓ ଶିବକାନ୍ତ ପାଣ୍ଡେ ତାଙ୍କୁ ୨ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ । ଏହି ମାମଲା ସାମ୍ନାକୁ ଆସିବା ପରେ ହଙ୍ଗାମା ହୋଇଥିଲା । ତେଣୁ ପୋଲିସ ଏମିତି କରିଥିଲା। ୟୁପି ପୋଲିସ କଡା କାର୍ଯ୍ୟାନୁଷ୍ଠାନ ପାଇଁ ବେଶ ଜଣାଶୁଣା । କିନ୍ତୁ ଏହି ଘଟଣା ପରେ ପୋଲିସ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking