18.1 C
Bhubaneswar
Thursday, December 12, 2024
Homeଅପରାଧଶମ୍ଭୁ ସୀମାରେ ପୋଲିସ-ଚାଷୀ ଖଣ୍ଡଯୁଦ୍ଧ: ୮ ଆହତ

ଶମ୍ଭୁ ସୀମାରେ ପୋଲିସ-ଚାଷୀ ଖଣ୍ଡଯୁଦ୍ଧ: ୮ ଆହତ

ନୂଆଦିଲ୍ଲୀ: ଶମ୍ଭୁ ସୀମାରେ ଧାରଣରତ ଚାଷୀ ସଂଗଠନ ପୁଣି ଥରେ ‘ଦିଲ୍ଲୀ ଚଲୋ’ ଅଭିଯାନ ଆରମ୍ଭ ହୋଇଛି । ଫସଲରେ ଏମଏସପି ଗ୍ୟାରେଣ୍ଟି ଏବଂ ବିଭିନ୍ନ ଦାବିରେ ଶତାଧିକ ଚାଷୀ ପଞ୍ଜାବ ସୀମାରୁ ଦିଲ୍ଲୀ ଅଭିମୁଖେ ମାର୍ଚ୍ଚ ଆରମ୍ଭ କରିଥିଲେ । ଏହି ସମୟରେ ପୋଲିସ ସେମାନଙ୍କୁ ଅଟକାଇବାକୁ ପ୍ରୟାସ କରିଥିଲା । ଯାହାଫଳରେ ସୁରକ୍ଷାକର୍ମୀ ଏବଂ ଚାଷୀ ସଂଗଠନ ମୁହାଁମୁହିଁ ହୋଇଥିଲେ । ପୋଲିସ ଓ ଚାଷୀଙ୍କ ମଧ୍ୟରେ ଜବରଦସ୍ତ ଧସ୍ତାଧସ୍ତି ହୋଇଥିଲା । ଉତ୍ତ୍ୟେକ୍ତ ଚାଷୀ ଶମ୍ଭୁ ସୀମାରେ ବ୍ୟାରିକେଡ୍ ଭାଙ୍ଗି ଏବଂ ତାରବାଡ଼ ଓପାଡ଼ି ଧଶେଇ ପଶିଥିଲେ । ଭଡ଼ିକୁ ନିୟନ୍ତ୍ରଣ କରିବାକୁ ପୋଲିସ ଲୁହବୁହା ଗ୍ୟାସ୍ ମାଡ଼ କରିଥିଲା । ଏଥିରେ ୮ଜଣ ଚାଷୀ ଆହତ ହୋଇଛନ୍ତି । ପୋଲିସ-ଚାଷୀ ଖଣ୍ଡଯୁଦ୍ଧ ପରେ କେନ୍ଦ୍ର ସରକାର ଚାଷୀ ସଂଗଠନ ସହିତ ଆଲୋଚନା କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି । ଆଜି କେନ୍ଦ୍ର ସରକାର ଏ ବାବଦରେ ଚାଷୀ ସଂଗଠନ ସହିତ ଆଲୋଚନା କରିବେ । ଏହାଛଡ଼ା ଚାଷୀ ନେତା କହିଛନ୍ତି, ସଂଗଠନ ସରକାରଙ୍କ ସହ କୌଣସି ମୁକାବିଲା କରିବାକୁ ଚାହୁଁନାହିଁ । ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ ନେଇ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଆଲୋଚନା କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି । ଯଦି କେନ୍ଦ୍ର ସରକାର ତାଙ୍କ ଦାବି ପୂରଣ କରିବାରେ ବିଫଳ ହୁଅନ୍ତି ତେବେ ରବିବାର ମଧ୍ୟାହ୍ଣ ୧୨ଟାରେ ୧୦୧ ଚାଷୀ ରାଜଧାନୀ ଦିଲ୍ଲୀ ଅଭିମୁଖେ ଅଭିଯାନ ପୁଣି ଥରେ ଆରମ୍ଭ କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking