25.1 C
Bhubaneswar
Thursday, March 19, 2026
Homeଓଡିଶାମହାପ୍ରଭୁଙ୍କୁ ଦର୍ଶନ କଲେ ପୋଲିସ ଡିଜି ୱାବି ଖୁରାନିଆ

ମହାପ୍ରଭୁଙ୍କୁ ଦର୍ଶନ କଲେ ପୋଲିସ ଡିଜି ୱାବି ଖୁରାନିଆ

ପୁରୀ  : ପୁରୀ ଆସି ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ପୋଲିସ ଡିଜି ୱାବି ଖୁରାନିଆ। ଶ୍ରୀ ମନ୍ଦିର ଯାଇ ମହାପ୍ରଭୁ ଙ୍କୁ ଦର୍ଶନ କରିବା ସହ ମହାଲକ୍ଷ୍ମୀ, ମା ବିମଳା ଏବଂ ପାର୍ଶ୍ଵ ଦେବଦେବୀ ଙ୍କି ଦର୍ଶନ କରିଛନ୍ତି ପୋଲିସ ଡିଜି। ଶ୍ରୀ ଖୁରାନିଆ କହିଥିଲେ ଯେ, ମହାପ୍ରଭୁ ଙ୍କ ଦର୍ଶନ କଲି। ବେଶ ଭାଗ୍ୟଶାଳୀ ବୋଲି ମତେ ପୋଲିସ ଡିଜି ଭାବେ ଦାୟିତ୍ୱ ଦିଆଯାଇଛି। ମହାପ୍ରଭୁ ଙ୍କ ଆଶ୍ରିବାଦ ଆମ ଉପରେ ରହିବ ଯେମିତି ଜନସାଧାରଣ ଙ୍କୁ ଆମେ ଭଲ ସେବା ଯୋଗାଇ ପାରିବୁ। ମୁ ବାହାରେ ଥିଲାବେଳେ ମଧ୍ୟ ପ୍ରଭୁ ଙ୍କୁ ମନେ ପକେଇଥିଲି ତାଙ୍କର ଆଶ୍ରିବାଦ ନେବା ଲାଗି। ତେବେ ମନ୍ଦିର ସୁରକ୍ଷା ସର୍ବପରି। ମନ୍ଦିର ପାଇଁ ଯାହା ସୁରକ୍ଷା ଯୋଗାଇବା କଥା ତାହା ଯୋଗାଇ ଦିଆଯାଇଛି ତଥା ଆଗକୁ ମଧ୍ୟ ଦିଆଯିବ ଏବଂ ବିଭିନ୍ନ ସମୟ ଏହାକୁ ରିଭିୟୁ କରାଯାଉଛି। ଶ୍ରୀ ମନ୍ଦିର ସୁରକ୍ଷା ଭାର ଆମ ଉପରେ ଅଛି ଆମେ ଏହାକୁ ସୁଚାର ରୂପେ ତୁଲେଇବୁ। ଏଥିସହ ସ୍ୱତନ୍ତ୍ର ବାଟାଲିୟନ ଶ୍ରୀ ମନ୍ଦିର ସୁରକ୍ଷା ଦାୟିତ୍ୱ ରେ ନିୟୋଜିତ କରାଯିବ। ଭକ୍ତ ଙ୍କ ସୁରକ୍ଷା ଓ ଶ୍ରୀ ମନ୍ଦିର ସୁରକ୍ଷା ପ୍ରାଥମିକତା ରହିବ। ସୁରକ୍ଷା ଉପରେ ସମସ୍ତ କାର୍ଯ୍ୟ କୁ ନିଜେ ରିଭିୟୁ କରିବେ ଡିଜିପି ପୋଲିସ ତଥା ଯାହା ଆବଶ୍ୟକ ପଦକ୍ଷେପ ତାହା ନିଆଯିବ ବୋଲି ସୂଚନା ଦେଇଥିଲେ।
5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking