19.1 C
Bhubaneswar
Saturday, February 7, 2026
Homeଓଡିଶାଗଞ୍ଜେଇ ମାଫିଆକୁ ମାଡି ବସିଲା ପୋଲିସ: ଦୁଇ ଗିରଫ

ଗଞ୍ଜେଇ ମାଫିଆକୁ ମାଡି ବସିଲା ପୋଲିସ: ଦୁଇ ଗିରଫ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ପାଲଟିଛି ନିଶା ବେପାରୀଙ୍କ ଭୁସ୍ଵର୍ଗ । ଜିଲ୍ଲାର କୋଣ ଅନୁକୋଣରେ ବୃଦ୍ଧି ପାଇବାରେ ଲାଗିଛି ବେଆଇନ ନିଶା କାରବାର । ତେବେ ଆଜି ଏକ ସ୍ଵିପ୍ଟ ଡିଜାୟାର କାରରେ  ଗଞ୍ଜେଇ ଚୋରା ଚାଲାଣ ହୋଉଥିବା ନେଇ କୌଣସି ସୂତ୍ରରୁ ଖବରପାଇ ଯଶୀପୁର ଥାନା ଅଧିକାରିଣୀ ସଂଯୁକ୍ତା ମହାଳିକଙ୍କ ନେତୃତ୍ୱରେ ପୋଲିସ ଟିମ ୪୯ ନମ୍ବର ଜାତୀୟ ରାଜପଥ ଯଶୀପୁର ମୁଖ୍ୟବଜାର ନିକଟରେ ଛକି ବସିଥିଲା ଯଶିପୁର ଥାନା ପୋଲିସ। କାରଟି ଆସିବା ପରେ ପୋଲିସ ପକ୍ଷରୁ ଗାଡ଼ିକୁ ଅଟକାଇ ଯାଞ୍ଚ କରିବା ବେଳେ ଗାଡ଼ିରେ ଗଞ୍ଜେଇ ଭର୍ତ୍ତି ଥିବା ଦେଖିବାକୁ ପାଇଥିଲେ । ସଙ୍ଗେ ସଙ୍ଗେ ଗାଡ଼ିକୁ ଜବତ କରିବା ସହିତ ଏଥିରେ ସଂପୃକ୍ତ ଦୁଇଜଣଙ୍କୁ ଗିରଫ କରିଛି ଯଶୀପୁର ଥାନା ପୋଲିସ। ତେବେ ଏହି ଗଞ୍ଜେଇ ଫୁଲବାଣିରୁ ମୟୂରଭଞ୍ଜ ଜିଲ୍ଲାର ବମ୍ବେଚ୍ଛକକୁ ଚାଲାଣ ହୋଉଥିବା ନେଇ ଜଣାପଡ଼ିଛି। ଏହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୭ ଲକ୍ଷ ୨୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି । ଏନେଇ କେଶ   ମାମଲା ରୁଜୁ କରି ଉଭୟଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking