30.1 C
Bhubaneswar
Thursday, February 5, 2026
Homeଓଡିଶାଜୁଆ ଖେଳୁଥିବା ବେଳେ ମାଡ଼ି ବସିଲା ପୁଲିସ

ଜୁଆ ଖେଳୁଥିବା ବେଳେ ମାଡ଼ି ବସିଲା ପୁଲିସ

ଲଇକେରା: ଲଇକେରା ଥାନା ତିଲେଇମାଲ ପଞ୍ଚାୟତ କାଙ୍କକୁମର ଜଙ୍ଗଲରେ  ତାସ୍ ପତି ମାଧ୍ୟମରେ ଜୁଆ ଖେଳୁଥିବା ବେଳେ  ଲଇକେରା ପୁଲିସ ମାଡ଼ି ବସିଲା ।ଲଇକେରା ଥାନା ଅଧିକାରୀ  ଦିଲିପ ବେହେରାଙ୍କ ନେତୃତ୍ୱରେ ଏକ ପୁଲିସ ଟିମ୍ କାଙ୍କକୁମର ଜଙ୍ଗଲରେ  ଜୁଆ ଖେଳ ହେଉଥିବାର ସୂଚନା ପାଇ ଚଢ଼ାଉ କରିଥିଲେ । ତାସ୍ ପତିରେ ଖେଳୁଥିବା ୩ ଜଣ ଜୁଆଡିଙ୍କୁ ମାଡିବସିବା ସହିତ ତାଙ୍କ  ନିକଟରୁ ୬ ହଜାର ୬୩୦ ଟଙ୍କା ଓ ତିନୋଟି ସେଟ ତାସ୍ ପତି ସହ ୬ଟି ମୋଟର ସାଇକେଲ ଜବତ କରିଥିଲେ । ଜୁଆଡ଼ିମାନେ ହେଲେ ସମ୍ବଲପୁରଜିଲ୍ଲା ବାମରା ଥାନା ଗୋବିନ୍ଦ ପୁର ଅଞ୍ଚଳର ରଞ୍ଜିତ ପୂର୍ତ୍ତି , ବିକାସ ପ୍ରସାଦ, ବିପ୍ଳବ ସରକାର । ଅନ୍ୟ ଜୁଆଡ଼ିମାନେ  ପୁଲିସକୁ ଦେଖି ଜଙ୍ଗଲ ମଧ୍ୟକୁ ଦଉଡ଼ି ଖସି ଯାଇଥିଲେ ।ଏନେଇ ଲଇକେରା ଥାନାରେ ଏକ ମାମଲା ରୁଜ୍ଜୁ କରି ଗିରଫ ତିନି ଅଭିଯୁକ୍ତଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଛି । ଚଢ଼ାଉରେ ଥାନା ଅଧିକାରୀଙ୍କ ସହିତ ଲଇକେରା ଥାନାର ରାତ୍ରି କାଳୀନ ପୁଲିସ ପେଟ୍ରୋଲିଂ ଟିମ୍ ସହଯୋଗ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking