30.1 C
Bhubaneswar
Friday, March 20, 2026
Homeଓଡିଶା୫ କିଲୋ ଓଜନର ବୋମା ଖଞ୍ଜୁଥିବା ବେଳେ ପୁଲିସ ଜଣକୁ ଗିରଫ କରିଛି

୫ କିଲୋ ଓଜନର ବୋମା ଖଞ୍ଜୁଥିବା ବେଳେ ପୁଲିସ ଜଣକୁ ଗିରଫ କରିଛି

ମାଲକାନଗିରି: ନକ୍ସଲ ମଧ୍ୟ ସାଧାରଣ ଲୋକଙ୍କୁ ଲଗାଇ କିପରି ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବ ସେନେଇ ଯୋଜନା କରୁଛି। ପୁଲିସ ସର୍ଚ୍ଚ ଅପରେସନ କରୁଥିବା ବେଳେ ଜଣେ ଲୋକ ୫ କିଲୋ ଓଜନର ଏକ ବୋମା ଖଞ୍ଜୁଥିବା ବେଳେ ପୁଲିସ ତାକୁ ଗିରଫ କରିଛି। ସେହି ଲୋକ ଠାରୁ ଗୋଟିଏ ଟିଫିନ ବୋମା,ଗୋଟିଏ ଡିଟୋନେଟର,ବିଦ୍ୟୁତ ତାର ଇତ୍ୟାଦି ଜବତ କରିଛି। ସମାରୁ ନକ୍ସଲଙ୍କ ପାଇଁ ପୋଷ୍ଟର ମାରିବା,ବୋମା ଖଞ୍ଜିବା,ବ୍ୟାନର ମାରିବା,ଲୋକଙ୍କୁ ପ୍ରଜାକୋର୍ଟରେ ହାଜର କରାଇବା ଭଳି କାମ କରୁଥିଲା। ତେବେ ଏକ ବଡ ଧରଣର ଅଘଟଣକୁ ଯବାନ ଏଡାଇ ପାରିଛନ୍ତି। ଗିରଫ ମିଲିସିଆକୁ ଆଜି କୋର୍ଟ ଚାଲାଣ କରାଯାଇଥିବା ପୁଲିସ କହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking