26.1 C
Bhubaneswar
Friday, March 6, 2026
Homeଓଡିଶାକେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଗସ୍ତପୂର୍ବରୁ ଯୁବ କଂଗ୍ରେସ କର୍ମକର୍ତ୍ତାଙ୍କୁ ଅଗଣତାନ୍ତ୍ରିକ ଭାବରେ ଅଟକ ରଖିଲା...

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଗସ୍ତପୂର୍ବରୁ ଯୁବ କଂଗ୍ରେସ କର୍ମକର୍ତ୍ତାଙ୍କୁ ଅଗଣତାନ୍ତ୍ରିକ ଭାବରେ ଅଟକ ରଖିଲା ପୋଲିସ ପ୍ରଶାସନ

ଭୁବନେଶ୍ୱର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କର ଓଡ଼ିଶା ଗସ୍ତ ସମୟରେ ଭୟଭୀତ ହୋଇ ଯୁବ କଂଗ୍ରେସର ରାଜ୍ୟ ସଭାପତି ରଞ୍ଜିତ ପାତ୍ରଙ୍କୁ ବିମାନ ବନ୍ଦର ପାଖରୁ ଗିରଫ କରିଥିଲା କମିଶନରେଟ ପୋଲିସ ଏହାପରେ ଯୁବ କଂଗ୍ରେସର ରାଜ୍ୟ କାର୍ଯ୍ୟକର୍ତ୍ତା ସୁଦିପ ସାମଲ, ଗୋପନ ମାର୍ଥା, ସ୍ପନ୍ଦନ ସ୍ୱାଇଁ, ସୁରଜ ରାଉତ, ଅମରେଶ ପରିଡ଼ାଙ୍କ ସହ କାର୍ଯ୍ୟକର୍ତ୍ତମାନଙ୍କୁ ଅଟକ ରଖିଥିଲେ । ଓଡ଼ିଶା ପୋଲିସର ଏଭଳି କାର୍ଯ୍ୟାନୁଷ୍ଠାନ ପାଇଁ ଯୁବ କଂଗ୍ରେସ ଏବଂ କଂଗ୍ରେସ ଦଳ ପକ୍ଷରୁ ଏହାକୁ ଦୃଢ଼ ନିନ୍ଦା କରାଯାଇଛି । କେନ୍ଦ୍ର ସରକାର ଯେଉଁଭଳି ଭାବରେ ଯୁବ ବିରୋଧି, କୃଷକ ବିରୋଧି କାର୍ଯ୍ୟ କରୁଛନ୍ତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ସହ ଟ୍ରେଡ ଡିଲ କରି ଯୁବକ ଏବଂ କୃଷକ ମାନଙ୍କର ଅଧିକାରକୁ ଛଡ଼ାଇ ନେବାପାଇଁ ପ୍ରୟାସ କରୁଛନ୍ତି ଏହାର ପ୍ରତିବାଦ ଯୁବ କଂଗ୍ରେସ ତରଫରୁ ସାରା ଭାରତବର୍ଷରେ କରାଯାଉଅଛି । ଯୁବକ ଏବଂ କୃଷକମାନେ ଏହି ଟ୍ରେଡ ଡିଲକୁ ବହୁମାତ୍ରାରେ ବିରୋଧ କରିଆସୁଛନ୍ତି ବୋଲି ଯୁବ କଂଗ୍ରେସ ପକ୍ଷରୁ ପ୍ରତିକ୍ରିୟା ଦିଆଯାଇଅଛି । ଭାରତୀୟ ଯୁବ କଂଗ୍ରେସର ସଭାପତି ଶ୍ରୀ ଉଦୟଭାନୁ ଚିବଙ୍କୁ ଯେଉଁଭଳି ଭାବରେ ଅଗଣତାନ୍ତ୍ରିକ ଉପାୟରେ ଗିରଫ କରାଯାଇଥିଲା ଏହାର ପ୍ରତିବାଦରେ ସାରା ଭାରତ ବର୍ଷରେ ଯୁବ କଂଗ୍ରେସ ପ୍ରତିବାଦ କରିଆସୁଛି । ଆଜି ଅମିତ ଶାହା ଯିଏକି କେନ୍ଦ୍ରରେ ଗୃହମନ୍ତ୍ରୀ ଅଛନ୍ତି ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ତାଙ୍କୁ ବିକ୍ଷୋଭ ପ୍ରଦର୍ଶନ କରାଯିବା, ଓଡ଼ିଶାର ଯୁବକ ଏବଂ କୃଷକମାନଙ୍କର ଅଧିକାର ପାଇଁ ପ୍ରଶ୍ନ କରିବାପାଇଁ ଯୁବ କଂଗ୍ରେସ ପକ୍ଷରୁ ନିଷ୍ପତ୍ତି ନିଆଯିବା ପୂର୍ବରୁ ଯୁବ କଂଗ୍ରେସର କର୍ମକର୍ତ୍ତାଙ୍କୁ ଅଗଣତାନ୍ତ୍ରିକ ଉପାୟରେ ଗିରଫ କରି ଥାନାରେ ଅଟକ ରଖାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking