25.1 C
Bhubaneswar
Saturday, October 26, 2024
Homeଓଡିଶାବନ୍ୟାରେ ବୁଡିଲା ପୋଲ: ୧୦ ଗାଁକୁ ଯୋଗାଯୋଗ ଠପ 

ବନ୍ୟାରେ ବୁଡିଲା ପୋଲ: ୧୦ ଗାଁକୁ ଯୋଗାଯୋଗ ଠପ 

ବ୍ୟୁରୋ : ବାଲେଶ୍ୱର  ନୀଳଗିରି ଉପଖଣ୍ଡ  ବେଗୁନିଆରେ ବନ୍ୟା ପାଣିରେ ବୁଡିଯାଇଛି ନିର୍ମାଣଧୀନ ପୋଲ ।  ଫଳରେ ୧୦ରୁ ଅଧିକ  ଗାଁକୁ ଯୋଗାଯୋଗ  ଠପ ହୋଇଯାଇଛି ।  ନୀଳଗିରି ବ୍ଳକ  ବେଗୁନିଆ ପଂଚାୟତ ଦେଇ ବହି ଯାଇଥିବା ସୋର ନଦୀର ଶାଖା ନଇ ଉପରେ  ଏକ  ପୁରୁଣା ପୋଲ ରହିଥିଲା ।  ତେବେ ତାହା ନଷ୍ଟ ହେବା ପରେ  ସେଠାରେ ପୋଲ ନିର୍ମାଣ କାମ  ଚାଲିଥିବା  ବେଳେ  ସେହି ରାସ୍ତା ଦେଇ ଗୋଟିଏ ଗାଁରୁ  ଅନ୍ୟ ଗାଁକୁ ଲୋକେ ଯାଉଥିଲେ । ବାତ୍ୟା ଦାନା ଯିବା ପରେ  ସୋନ ନଈରେ ଜଳସ୍ତର ବଢିଛି ଯାହାକି  ନିର୍ମାଣଧୀନ ପୋଲଟି ବୁଡିଯାଇଛି ।  ଫଳରେ ବେଗୁନିଆ , ମିତ୍ରପୁର , କଲ୍ୟାଣୀ ଓ ସିଙ୍ଗୀରୀ ସମେତ ୧୦ରୁ ଅଧିକ ଗାଁକୁ  ଯୋଗାଯୋଗ ସମ୍ପୁର୍ଣ୍ ଠପ ହୋଇଯାଇଛି ।  ଲୋକମାନେ ଯାତାୟତ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

https://www.youtube.com/watch?v=iPLpNk4AzCY

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking