26.1 C
Bhubaneswar
Thursday, March 26, 2026
Homeଓଡିଶା‌ପୋଲାଭରମ୍‌ ପ୍ରକଳ୍ପ: ମୋଟୁରୁ ଦିଲ୍ଲୀ ଯାଏଁ ବିଜେଡି କରିବ ଆନ୍ଦୋଳନ

‌ପୋଲାଭରମ୍‌ ପ୍ରକଳ୍ପ: ମୋଟୁରୁ ଦିଲ୍ଲୀ ଯାଏଁ ବିଜେଡି କରିବ ଆନ୍ଦୋଳନ

ଭୁବନେଶ୍ବର: ଆନ୍ଧ୍ର ସରକାରଙ୍କ ଦ୍ବାରା ନିର୍ମାଣାଧୀନ ପୋଲାଭରମ ପ୍ରକଳ୍ପ‌ ଯୋଗୁଁ ମାଲକାନଗିରି ଜିଲ୍ଲାର ମୋଟୁ ଅଞ୍ଚଳର କିଛି ପଞ୍ଚାୟତ କ୍ଷତିଗ୍ରସ୍ତ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏହି ପ୍ରକଳ୍ପ ପାଇଁ ହେବାକୁ ଥିବା କ୍ଷତିକୁ ବିରୋଧ କରି ବିଜେଡି ଏକ ବିଶାଳ ଆନ୍ଦୋଳନ ପାଇଁ ସଜବାଜ ହେଉଛି। ଆନ୍ଦୋଳନ ପାଇଁ କସରତ ଆରମ୍ଭ କରିଦେଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ କର୍ମୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସେ କହିଛନ୍ତି ଯେ, ଆସନ୍ତା ଜାନୁଆରିରୁ ପୋଲାଭରମ ବିରୋଧୀ ଆନ୍ଦୋଳନ ଜୋରଦାର ହେବ। ମୋଟୁରୁ ଭୁବନେଶ୍ୱର ଓ ଭୁବନେଶ୍ୱରରୁ ଦିଲ୍ଲୀ ଯାଏଁ ହେବ ଆନ୍ଦୋଳନ ଜାରି ରହିବ। ବିଜେଡି କହିଛି ଆଗାମୀ ଦିନରେ ଆନ୍ଦୋଳନର ରୂପରେଖ ସ୍ଥିର ହେବ। ଜୁଲାଇ ଓ ଅଗଷ୍ଟରେ ବିଜେଡି ଟିମ ପୋଲାଭରମ ଅଞ୍ଚଳ ପରିଦର୍ଶନ କରି ନବୀନ ପଟ୍ଟନାୟକଙ୍କୁ କ୍ଷୟକ୍ଷତି ଆକଳନ ରିପୋର୍ଟ ଦେଇଥିଲେ।

ତାଙ୍କ ନିର୍ଦ୍ଦେଶରେ ଦିଲ୍ଲୀ ଯାଏଁ ବିଜେଡିର ୭ ଜାଣିଆ ଟିମ ଓ ୭ ସାଂସଦ କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ, କେନ୍ଦ୍ରୀୟ ଜଳ କମିସନ, ଆଦିବାସୀ ବ୍ୟାପାର ବିଭାଗ ଆଦିବାସୀ କମିସନଙ୍କୁ ଭେଟିଥିଲା। ଆଜି ସେ ସମ୍ପର୍କରେ ନବୀନଙ୍କୁ ଅବଗତ କରାଯାଇଛି। ଜାନୁଆରିରୁ ହେବାକୁ ଥିବା ଆନ୍ଦୋଳନ ସବୁ ବର୍ଗଙ୍କୁ ନେଇ ହେବ। ଏହା ଓଡ଼ିଶାବାସୀ ଓ ଆଦିବାସୀଙ୍କ ଅଧିକାର ପାଇଁ ଲଢେଇ ବୋଲି ବିଜେଡି କହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking