21.1 C
Bhubaneswar
Monday, January 12, 2026
Homeଓଡିଶାସ୍କୁଲ ପିଲାଙ୍କ ନଲକୂପରେ ବିଷ!

ସ୍କୁଲ ପିଲାଙ୍କ ନଲକୂପରେ ବିଷ!

ମାଲକାନଗିରି: ସ୍କୁଲ ବୋରୱେଲରେ ବିଷ ମିଶା ଯାଇଥିବା ସନ୍ଦେହ । ମାଥିଲି ବ୍ଲକ ସିନ୍ଧାବେଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଭାବନୀୟ ସ୍ଥିତି । ମଧ୍ୟାହ୍ନ ଭୋଜନ ପାଇଁ ପାଣି ନେଲା ବେଳେ ଗନ୍ଧ ସହ ଫେଣ ବାହାରିଲା । ତୁରନ୍ତ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଅବଗତ କଲେ ପାଚିକା । ପାଚିକାଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଟଳିଲା ବଡ ଅଘଟଣ । ପିଲାଙ୍କୁ ପାଣି ବ୍ୟବହାର ପାଇଁ ମନା କରିବା ସହ ମାଥିଲି ଥାନାରେ ଏନେଇ ଏକ ଏତଲା ଦିଆଯାଇଛି । ଏତଲା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୋଲିସ ଉପସ୍ଥିତିରେ ପାଣିର ନମୂନା ସଂଗ୍ରହ କରାଯାଇ ଜଳଯୋଗାଣ ବିଭାଗକୁ ପରୀକ୍ଷା ପାଇଁ ପଠାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking