16.1 C
Bhubaneswar
Thursday, February 5, 2026
Homeଓଡିଶା୧୬ତମ ପାଳି ଅଭିଯୋଗ ଶୁଣାଣିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କବିତା ପାଠ

୧୬ତମ ପାଳି ଅଭିଯୋଗ ଶୁଣାଣିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କବିତା ପାଠ

ଆମ ମୁଖ୍ୟମନ୍ତ୍ରୀ ଜଣେ ଶିକ୍ଷକ,
ଆମରି ପାଇଁ ସଦା ଖୋଲାଅଛି
ତାଙ୍କ ଅଭିଯୋଗ ପ୍ରକୋଷ୍ଠ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଜନଅଭିଯୋଗ ଶୁଣାଣି କେବଳ ସଫଳ ହେଉନାହିଁ ବରଂ ଏହାର ସଫଳତା ପ୍ରତିଟି ସାଧାରଣ ଲୋକଙ୍କ ମୁହଁରେ ଆଜି ପ୍ରତିଫଳିତ ହେଉଛି । ଅଭିଯୋଗର ସମାଧାନ ପରେ କିଏ ଶୁଭେଚ୍ଛା ପତ୍ର ଲେଖୁଛି, ତ କିଏ ମୁଖ୍ୟମନ୍ତ୍ରୀଙ୍କୁ ଅଜସ୍ର ଧନ୍ୟବାଦ ଦେଇ ଯାଉଛି । ଆଜି ୧୬ତମ ଜନଅଭିଯୋଗ ଶୁଣାଣିରେ ଘଟିଥିଲା କିଛି ଭିନ୍ନ । ମୁଖ୍ୟମନ୍ତ୍ରୀଙ୍କ ଜନଅଭିଯୋଗ ଶୁଣାଣି ପ୍ରକୋଷ୍ଠକୁ ଆସି ଜଣେ ପ୍ରଶଂସକ ନିଜର ଖୁସିକୁ କବିତା ମାଧ୍ୟମରେ ବ୍ୟକ୍ତ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କୁ ଜଣେ ସାଧାରଣ, କିନ୍ତୁ ଅସାଧାରଣ ପ୍ରତିଭାଶାଳୀ ମଣିଷ ଭାବେ ବର୍ଣ୍ଣନା କରିଥିଲେ ସେ ନିଜ କବିତାରେ । ତାଙ୍କ କବିତାରେ ସେ କହିଛନ୍ତି, ଆମ ମୁଖ୍ୟମନ୍ତ୍ରୀ ଜଣେ ଶିକ୍ଷକ, ଆମରି ପାଇଁ ସଦା ଖୋଲାଅଛି ତାଙ୍କ ଅଭିଯୋଗ ପ୍ରକୋଷ୍ଠ । ଜଣେ ଶିକ୍ଷକ ଭାବରେ ପ୍ରତି ସାଧାରଣ ମଣିଷର ଦୁଃଖ ଦୂର କରିବା ପାଇଁ ସେ ଚେଷ୍ଟା କରନ୍ତି । ମୁଖ୍ୟମନ୍ତ୍ରୀଙ୍କ ଆଚାର ବ୍ୟବହାରରେ କୌଣସି ରାଜକୀୟ ଠାଣି ଦେଖାଯାଏନାହିଁ, କିନ୍ତୁ ଦେଖାଯାଏ ଜଣେ ଶାନ୍ତି, ମୈତ୍ରୀ ଓ ପ୍ରଗତି ବାହକର ଚିତ୍ର । ଜଣେ ସରଳ ଓ ସାଧାରଣ ବ୍ୟକ୍ତି ହୋଇଥିବା ଯୋଗୁଁ ସେ ବାରି ହୋଇପଡ଼ନ୍ତି ସମସ୍ତଙ୍କ ଠାରୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking