29.1 C
Bhubaneswar
Tuesday, February 10, 2026
Homeସ୍ୱାସ୍ଥ୍ୟଶରୀରକୁ ସୁସ୍ଥ ରଖେ ପୋଦିନା

ଶରୀରକୁ ସୁସ୍ଥ ରଖେ ପୋଦିନା

ଭୁବନେଶ୍ୱର : ପୋଦିନାରେ ରହିଛି ଅନେକ ଔଷଧୀୟ ଗୁଣ। ଏହା ଏକ ଭଲ ମାଉଥ୍‌ଫ୍ରେସ୍‌ନର ମଧ୍ୟ। ତେବେ ଆସନ୍ତୁ ଜାଣିବା ପୋଦିନାର କିଛି ଚମତ୍କାରୀ ଗୁଣ ସଂପର୍କରେ-
ପାଟିରୁ ଦୁର୍ଗନ୍ଧ ବାହାରୁଥିଲେ ପୋଦିନା ପତ୍ରକୁ ବ୍ୟବହାର କରନ୍ତୁ। ପୋଦିନା ପତ୍ରର ରସରେ ପାଣି ମିଶାଇ କୁଳି କଲେ ପାଟିରୁ ବାହାରୁଥିବା ଦୁର୍ଗନ୍ଧ ଦୂର ହୋଇଥାଏ।
ଶରୀରର କୌଣସି ସ୍ଥାନରେ କ୍ଷତ ହୋଇଥିଲେ ପୋଦିନା ପତ୍ରକୁ ବାଟି ତା’ର ରସକୁ ସେହି ଜାଗାରେ ଲଗାଇ ଦିଅନ୍ତୁ। ଘା’ ଶୀଘ୍ର ଶୁଖି ଯିବ। ଘା’ ସ୍ଥାନରୁ ବାହାରୁ ଥିବା ଦୁର୍ଗନ୍ଧ ମଧ୍ୟ ଦୂର ହୋଇଯିବ।ଅନେକ ପ୍ରକାର ଚର୍ମରୋଗକୁ ନାଶ କରିଥାଏ ପୋଦିନା। ଚର୍ମ ରୋଗ ହେଲେ ପୋଦିନା ପତ୍ରର ପ୍ରଲେପ ଲଗାଇବା ଦ୍ୱାରା ଆରାମ ମିଳିଥାଏ।
ଖରା ଦିନେ ଅଂଶୁଘାତ ହୁଏ। ଅଂଶୁଘାତ ଆକ୍ରାନ୍ତଙ୍କୁ ପୋଦିନା ରସ ପିଇବାକୁ ଦେଲେ ଭଲ। ଖରାରେ ବାହାରକୁ ଯିବା ପୂର୍ବରୁ ବି ଆପଣ ପୋଦିନା ରସ ପିଇ ପାରିବେ।
ବାନ୍ତି ହେଉଥିଲେ ଅଧା କପ୍ ପୋଦିନା ରସକୁ ଦୁଇ ଘଣ୍ଟା ବ୍ୟବଧାନରେ ରୋଗୀକୁ ପିଆନ୍ତୁ। ବାନ୍ତି ବନ୍ଦ ହୋଇଯିବ।
ଖାଦ୍ୟ ହଜମ ହେବାରେ ଅସୁବିଧା ହେଉଥିଲେ ପୋଦିନା ରସକୁ ପାଣିରେ ମିଶାଇ ପିଇଲେ ଉପଶମ ମିଳେ।
ପେଟ ବ୍ୟଥା ହେଉଥିଲେ ପୋଦିନାକୁ ଜୀରା, ହେଙ୍ଗୁ, ଗୋଲମରିଚ ଓ ଲୁଣ ସହିତ ମିଶାଇ ପିଅନ୍ତୁ। ପେଟ ବ୍ୟଥା ଦୂର ହୋଇଯିବ।
ପ୍ରସବ ବେଦନା ସମୟରେ ମହିଳାମାନେ ପୋଦିନା ରସ ପିଇଲେ ସୁରୁଖୁରୁରେ ପ୍ରସବ ହୋଇଥାଏ।
ପୋଦିନା ଖାଇବା ଦ୍ୱାରା ହାକୁଟି ସମସ୍ୟା ଦୂର ହୁଏ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking