ନୂଆଦିଲ୍ଲୀ: ଲାଲକିଲ୍ଲାରେ ଅପରେସନ ସିନ୍ଦୂରକୁ ପ୍ରଶଂସା କଲେ ମୋଦି । ଅପରେସନ ସିନ୍ଦୂର ଆକ୍ରୋଶର ଅଭିବ୍ୟକ୍ତି ଥିଲା କହିଲେ ମୋଦି । ଆତଙ୍କବାଦୀମାନେ ଧର୍ମ ପଚାରି ପଚାରି ଲୋକଙ୍କୁ ମାରିଥିଲେ । ସ୍ତ୍ରୀ ମାନଙ୍କ ଆଗରେ ସ୍ୱାମୀମାନଙ୍କୁ ହତ୍ୟା କଲେ । ଏହାର ପ୍ରତିଶୋଧ ନେବା ପାଇଁ ଅପରେସନ ସିନ୍ଦୂର ଆରମ୍ଭ କରିଥିଲୁ । ଆମ ଯବାନମାନେ ଆତଙ୍କୀଙ୍କ କ୍ୟାମ୍ପକୁ ଧ୍ୱଂସ କଲେ । ଆତଙ୍କୀଙ୍କ କ୍ୟାମ୍ପକୁ ଧ୍ୱଂସ କଲେ, ନିଶ୍ଚିହ୍ନ କଲେ । ଅପରେସନ ସିନ୍ଦୂର ଆମ ଯବାନମାନଙ୍କ ବୀରତ୍ୱର ପ୍ରତିବିମ୍ବ । ଶତ୍ରୁଙ୍କୁ ଆଶାଠାରୁ ଅଧିକ ଦଣ୍ଡ ମିଳିଛି । ଆତଙ୍କବାଦ ଓ ଏହାର ଆକ୍କାଙ୍କୁ ଆମେ ଅଲଗା ଭାବେ ଦେଖୁନୁ । ପରମାଣୁ ଧମକକୁ ଆମେ ଆଉ ସହ୍ୟ କରିବୁନୁ ।










