ଭୁବନେଶ୍ୱର: ଆସନ୍ତା ୧୫ ପିଏମ ଆବାସ ପଞ୍ଜୀକରଣ ଶେଷ ତାରିଖ । ସୂଚନା ଦେଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ । ପଞ୍ଜୀକରଣ ପାଇଁ ମଝିରେ ଆଉ ମାତ୍ର ଗୋଟିଏ ଦିନ ରହିଲା । ୩୪ରୁ ୩୫ ଲକ୍ଷ ଲୋକ ପିଏମ ଆବାସ ପଞ୍ଜୀକରଣ କଲେଣି । ୧୫ ତାରିଖ ପରେ ଘରଘର ବୁଲି କିଏ ଯୋଗ୍ୟ ସର୍ଭେ କରାଯିବ । ୩ ଲକ୍ଷ ଘର ଛାତ ପଡିଲାଣି, ୫ ଶହ ସ୍ଥାନରେ ରାସ୍ତା ସମସ୍ୟା ରହିଛି ।