ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସିକିମ ଗସ୍ତ ବାତିଲ ହୋଇଛି । ଖରାପ ପାଗ ଯୋଗୁଁ ଗସ୍ତ ବାତିଲଲ କଲେ ପ୍ରଧାନମନ୍ତ୍ରୀ । ସୂଚନା ଥାଉକି ଆଜି ଗ୍ୟାଙ୍ଗଟକର ପାଲଜୋର ଷ୍ଟାଡିୟମରେ ସିକିମର ରାଜ୍ୟ ମାନ୍ୟତାର ସୁବଣ୍ଣ ଜୟନ୍ତୀ ସମାରୋହରେ ଯୋଗଦେବାର ଥିଲା । କିନ୍ତୁ ଏହା ବଦଳରେ ଭିଡିଓ କନଫେନର୍ନ୍ସ ମାଧ୍ୟମରେ ସିକିମର ଲୋକମାନଙ୍କୁ ସମ୍ବୋଧିତ କରିବେ । ମୋଦିଙ୍କର ଦୁଇଦିନିଆ ଗସ୍ତ ସମୟରେ ପଶ୍ଚିମବଙ୍ଗ , ଉତ୍ତରପ୍ରଦେଶରେ ପ୍ରମୁଖ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ କରିବେ । ଭିଡିଓ କନଫେରେନ୍ସ ମାଧ୍ୟମରେ ସିକିମ୫୦ କାଯ୍ୟକ୍ରମରେ ସାମିଲ ହୋଇ ରାଜ୍ୟରେ ଥିବା ଅନେକ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଉଦଘାଟନ କରିଛନ୍ତି ।ଯେଉଁଥିରେ ନାମଚି ଜିଲ୍ଲାରେ ୭୫୦ କୋଟି ଟଙ୍କା ମୂଲ୍ୟର ୫୦୦ ଶଯ୍ୟା ବିଶିଷ୍ଟ ଜିଲ୍ଲା ହସ୍ପିଟାଲଗୁଡିକରେ ସୁବିଧା ରହିବ । ମୋଦୀ ଏହାପରେ ଅପରାହ୍ନ ସମୟରେ ପଶ୍ଚିମବଙ୍ଗ ଗସ୍ତରେ ଯିବେ । ଆଲିପୁରଦୁଆର ଏବଂ କୁଚବିହାର ଜିଲ୍ଲାରେ ସିଟି ଗ୍ୟାସ ବଣ୍ଟନ ପ୍ରକଳ୍ପର ଶିଳାନ୍ୟାସ କରିବେ । ୨.୫ ଲକ୍ଷରୁ ଅଧିକ ପରିବାରକୁ ପାଇପ ନାଚୁରାଲ ଗ୍ୟାସ ଯୋଗାଇବା ପାଇଁ୧୦୧୦ କୋଟି ଟଙ୍କାରୁ ଅଧିକ ମୂଲ୍ୟ ଲକ୍ଷ୍ୟ ରଖାଯାଇଛି । ପଶ୍ଚିମବଙ୍ଗ ପରେ ମୋଦୀ ବିହାର ଯିବେ ସେଠାରେ ପାଟନା ବିମାନ ବନ୍ଦରର ନବନିର୍ମିତ ଯାତ୍ରୀ ଟର୍ମିନାଲର ଉଦଘାଟନ କରିବେ ।










