ନୂଆଦିଲ୍ଲୀ: ବିଜେପିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନଙ୍କୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସଂଗଠନର ଅନ୍ତିମ ପର୍ବ ଶେଷ ହେବା ନେଇ ଦେଲେ ସୂଚନା । ଜନସେବା ଓ ରାଷ୍ଟ୍ର ସେବାର ଭାବ ନେଇ ଆଗକୁ ବଢିବାକୁ ପରାମର୍ଶ ଦେଲେ । ପୂର୍ବ ଅଧ୍ୟକ୍ଷ ବାଜପେୟୀ, ଆଡଭାନୀ, ଯୋଶୀ, ଗଡକରୀଙ୍କୁ ପ୍ରଶଂସା କଲେ । ଏହା ସହ ମୋଦୀ କହିଛନ୍ତି ଯେ ମୁଁ ଆଜି ବିଜେପି କାର୍ଯ୍ୟକର୍ତ୍ତା ଭାବେ ଏଠାରେ ପହଞ୍ଚିଛି । ମୁଁ ଆଜି ବି କାର୍ଯ୍ୟକର୍ତ୍ତା, ନିତିନ ନବୀନ ମୋ ବସ୍ । ନୂଆ ଅଧ୍ୟକ୍ଷଙ୍କର ବିଜେପିକୁ ସମ୍ଭାଳିବା ଏକମାତ୍ର ଦାୟିତ୍ୱ ନୁହେଁ । ଏନଡିଏର ସାଥି ଦଳମାନଙ୍କୁ ନେଇ ଚଳିବାର କାର୍ଯ୍ୟକ୍ରମ କରିବେ । ନିତିନଙ୍କ ପାଖରେ ସଂଗଠନ ଚଳାଇବାର ଲମ୍ବା ଅଭିଜ୍ଞତା ରହିଛି । ସେ ଆହୁରି କହିଛନ୍ତି ଯେ ଭାରତରେ ଲୋକତନ୍ତ୍ର ସୁଦୃଢ, ବିଜେପି ବିଶ୍ୱର ସବୁଠୁ ବଡ ରାଜନୈତିକ ଦଳ । ନେତୃତ୍ୱ ବଦଳିବ, ମାତ୍ର ବିକାଶର ଆଭିମୁଖ୍ୟ ବଦଳିବନି । ଜନତା ଜନାର୍ଦ୍ଧନଙ୍କ ସେବା ସର୍ବୋପରି । ବିଗତ ୧୧ ବର୍ଷରେ ବିଜେପିର ଜନ ବିକାଶ ଯାତ୍ରା ବଢି ଚାଲିଛି । ହରିୟାଣା, ଆସାମ, ତ୍ରିପୁରା, ଓଡିଶାରେ ପ୍ରଥମ କରି ସରକାର କରିଛୁ । ପଶ୍ଚିମବଙ୍ଗ ଓ ତେଲେଙ୍ଗାନାରେ ଲୋକଙ୍କ ସ୍ୱର ବନି ପାରିଛି । ମୁମ୍ବାଇ ବିଏମସି ନିର୍ବାଚନରେ ଦଳକୁ ବଡ ସଫଳତା ମିଳିଛି ।










