30.1 C
Bhubaneswar
Wednesday, December 4, 2024
Homeଦେଶ ବିଦେଶଦେଶବାସୀଙ୍କୁ ୩ ନୂଆ  ଆଇନ ଉତ୍ସର୍ଗ କଲେ ପିଏମ ମୋଦି

ଦେଶବାସୀଙ୍କୁ ୩ ନୂଆ  ଆଇନ ଉତ୍ସର୍ଗ କଲେ ପିଏମ ମୋଦି

ନୂଆଦିଲ୍ଲୀ :ଦେଶବାସୀଙ୍କୁ ତିନି ନୂଆ ଆଇନ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ନୂଆ ତିନି ଅପରାଧିକ ଆଇନ ଭାରତୀୟ ନ୍ୟାୟ ସଂହିତା , ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ଅଧିନିୟମକୁ ଦେଶ  ଉଦ୍ଦେଶ୍ୟରେ  ସମର୍ପିତ କରିଛନ୍ତି ନରେନ୍ଦ୍ରମୋଦୀ । ଦେଶର ଆଇନ ଓ ନ୍ୟାୟିକ ବ୍ୟବସ୍ଥାରେ ପରିବର୍ତ୍ତନ କ୍ଷେତ୍ରରେ  ଏହି ୩ ନୂଆ ଆଇନ ଗୁରୁତ୍ୱପୂର୍ଣ୍ଣ  ଭୁମିକା ଗ୍ରହଣ କରିବ । ଏହି ନୂଆ ଆଇନ ଉପନିବେଶ ସମୟର ଆଇନକୁ ବଦଳାଇ ଦେଶବାସୀଙ୍କୁ ତ୍ୱରିତ ନ୍ୟାୟ  ପ୍ରଦାନ କରିବ ବୋଲି କହିଛନ୍ତି  ପ୍ରଧାନମନ୍ତ୍ରୀ ମୋଦୀ । ଚଣ୍ଡୀଗଡରେ ଏହି ୩ ନୂଆ ଆଇନକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅବସରରେ ୩ ଆଇନର କାଯ୍ୟକାରିତା , ଅପରାଧିକ ତଦନ୍ତ ଆଦିର ପ୍ରଦର୍ଶନ କରାଯାଇଥିଲା । ଏହି ପ୍ରଦର୍ଶନକୁ ପ୍ରଧାମନ୍ତ୍ରୀ ମୋଦି ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । କିଭଳି ଆଇନ କାର‌୍ୟ୍ୟକାରୀ ହେଉଛି ସେନେଇ ପ୍ରଦର୍ଶନୀରେ ଅଧିକାରୀଙ୍କୁ ପଚାରିବୁଝିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ । ଗତ ଜୁଲାଇ ୧ରେ  ଏହି ୩ ନୂଆ ଆଇନ ଦେଶରେ ଲାଗୁ ହୋଇସାରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking