ନୂଆଦିଲ୍ଲୀ: ଆରଏସଏସକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆରଏସଏସର ୧୦୦ ବର୍ଷର ଯାତ୍ରାକୁ ପ୍ରଶଂସା କଲେ । ଦେଶ ଗଠନରେ ସମସ୍ତଙ୍କ ଅବଦାନ ଥାଏ । ବ୍ୟକ୍ତି ବିଶେଷଙ୍କ ସହ ସଂସ୍ଥାମାନଙ୍କର ବି ଯୋଗଦାନ ଥାଏ । ଶହେ ବର୍ଷ ତଳେ ଆରଏସଏସର ଜନ୍ମ ହେଲା । ରଷ୍ଟ୍ର ନିର୍ମାଣକୁ ନେଇ ଆରଏସଏସ ଶହେ ବର୍ଷର ଯାତ୍ରା ସ୍ୱଣ୍ଣିମ ଅଧ୍ୟାୟ । ମାତୃଭୂମିର ସେବା ପାଇଁ ଲକ୍ଷାଧିକ ସ୍ୱୟଂ ସେବକ ନିଜକୁ ଉତ୍ସର୍ଗ କରିଛନ୍ତି । ସେବା , ସମର୍ପଣ , ସଂଗଠନ, ଅନୁଶାସନ ଆରଏସଏସର ପରିଚୟ । ଆରଏସଏସର ୧୦୦ ବର୍ଷର ସମର୍ପିତ ଯାତ୍ରାକୁ ନେଇ ଦେଶ ଗର୍ୱ କରୁଛି । ଆଗକୁ ବଢିବା ପାଇଁ ଏହା ନିଶ୍ଚୟ ପ୍ରେରଣା ଦେବ ।









