20.1 C
Bhubaneswar
Thursday, January 15, 2026
Homeଦେଶ ବିଦେଶକୁଏତ ଏମିର୍‌ଙ୍କୁ ଭେଟିଲେ ପିଏମ୍ ମୋଦୀ

କୁଏତ ଏମିର୍‌ଙ୍କୁ ଭେଟିଲେ ପିଏମ୍ ମୋଦୀ

କୁଏତ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୁଏତ ଗସ୍ତରେ ଅଛନ୍ତି। ମୋଦୀଙ୍କ ଏହି ଗସ୍ତ ଅନେକ ଗୁରୁତ୍ୱ ବହନ କରୁଛି। କାରଣ ୪ ଦଶନ୍ଧି ପରେ କୁଏତକୁ ଜଣେ ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଏହା ପ୍ରଥମ ଗସ୍ତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୁଏତର ଏମିର ଶେଖ ମେଶାଲ ଅଲ-ଅହମ୍ମଦ ଅଲ-ଜାବର ଅଲ-ସବାଙ୍କୁ ଭେଟିଥିଲେ। ଯେଉଁଥିରେ ଭାରତ-କୁଏତ ସମ୍ପର୍କକୁ ଗଭୀର କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହା ବ୍ୟତୀତ କୁଏତ ସରକାରଙ୍କ ତରଫରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମଧ୍ୟ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। କୁଏତର କ୍ରାଉନ୍ ପ୍ରିନ୍ସ ଶେଖ୍ ସବା ଅଲ-ଖାଲିଦ ଅଲ-ସବାଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ଭେଟିବେ। ଅଧିକାରୀମାନେ କହିଛନ୍ତି ଯେ ପ୍ରତିରକ୍ଷା ଏବଂ ବାଣିଜ୍ୟ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସମ୍ପର୍କକୁ ମଜବୁତ କରିବା ଏହି ବୈଠକରେ ଆଲୋଚନା ହେବ। ଶନିବାର ନରେନ୍ଦ୍ର ମୋଦୀ ଏକ ଭାରତୀୟ ସମ୍ପ୍ରଦାୟ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ଏବଂ ଏକ ଭାରତୀୟ ଶ୍ରମ ଶିବିର ମଧ୍ୟ ପରିଦର୍ଶନ କରିଥିଲେ। କୁଏତ ଗସ୍ତର ଶେଷ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ଏବଂ ଗଲ୍ଫ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବା ପାଇଁ ଏକ ଏମଓୟୁ ସ୍ୱାକ୍ଷର କରିପାରନ୍ତି। ଅଶୋଧିତ ତୈଳ ଯୋଗାଣକାରୀ ଷଷ୍ଠ ବୃହତ୍ତମ ତଥା ଏନର୍ଜି ଆବଶ୍ୟକତାର ୩ ପ୍ରତିଶତ ପୂରଣ କରି କୁଏତ ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟ ଭାଗିଦାରୀ ହୋଇପାରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking