ଝାରସୁଗୁଡା: ଝାରସୁଗୁଡାରେ ପ୍ରକଳ୍ପ ବର୍ଷା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।୬୦ ହଜାର କୋଟିରୁ ଅଧିକ ମୂଲ୍ୟର ବିକାଶ ମୂଳକ କାର୍ଯ୍ୟର ଉଦଘାଟନ କଲେ । ସାରା ଦେଶରେ ୯୭, ୫୦୦ରୁ ଅଧିକ ଟେଲିକମ ଟାୱାର କାର୍ଯ୍ୟକ୍ଷମ । ଓଡିଶା ପାଇଁ ମୋଟ ୧୭ ଶହ କୋଟିର ରେଳ ପ୍ରକଳ୍ପ ଭେଟି ବର୍ଷା କରିଛନ୍ତି ମୋଦୀ । ସମ୍ବଲପୁର- ସରଲା ମଧ୍ୟରେ ୨୭୩ କୋଟିର ରେଲ ଫ୍ଲାଇ ଓଭର । କୋରାପୁଟ- ବାଇଗୁଡା ରେଲୱେ ଦେହରୀକରଣ ପାଇଁ ୪୮୧ କୋଟିର ଭେଟି ଦିଆଯାଇଛି । ବ୍ରହ୍ମପୁର- ସୁରତ ମଧ୍ୟରେ ଅମୃତ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ହୋଇଛି । ରାଜ୍ୟର ୧୩୦ କୋଟି ଉଚ୍ଚ ଶିକ୍ଷାନୁଷ୍ଠାନରେ ୱାଇ- ଫାଇ ସୁବିଧା ପାଇଁ ୯୦ କୋଟିର ଭେଟି ଦେଇଛନ୍ତି । ଉପକୃତ ହେବେ ଅଢେଇ ଲକ୍ଷରର ଅଧିକ ଛାତ୍ରଛାତ୍ରୀ। ୫୦ ହଜାର ଅନ୍ତ୍ୟୋଦୟ ଘର କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି ମୋଦୀ। ବିଏସଏନଏଲ ଦ୍ୱାରା ସ୍ୱଦେଶୀ ୪ଜି ନେଟୱର୍କ ସାମିଲ ହେଲା।ଭିଡିଓ କଲରେ ସାମିଲ ହେଲେ ଆନ୍ଧ୍ର, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ, ମହାରାଷ୍ଟ୍ର, ଆସାମ ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ । ଏଥି ସହିତ ଅନେକ କେନ୍ଦ୍ର ମନ୍ତ୍ରୀ ମଧ୍ୟ ଭିଡିଓକଲରେ ସାମିଲ ହେଲେ ।










