ଭୁବନେଶ୍ୱର: ରାଜ୍ୟର ୩୪ ଲକ୍ଷ ୧୨ ହଜାର ଚାଷୀ ପାଇଲେ ପିଏମ୍ କିଷାନ ଟଙ୍କା । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସୂଚନା ଦେଇ କହିଛନ୍ତି ଯେ ୨୦୩୬ରେ ବିକଶିତ ଓଡିଶା ଗଠନ ପାଇଁ ମିଶ୍ରିତ ଚାଷ କରିବୁ । ଚାଷୀଙ୍କ ଆୟ ଅଧିକ ପାଇଁ ମିଶ୍ରିତ ଚାଷ କରିବାକୁ ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ ପରାମର୍ଶ ଦେଇଛନ୍ତି । କେବଳ ଧାନ ନୁହେଁ, ଡାଲି ଓ ତୈଳ ଜାତୀୟ ଚାଷ ଉପରେ ଗୁରୁତ୍ୱ ଦେବାକୁ କହିଛନ୍ତି । ଆଜି କୋଏମ୍ବାଟୁରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପିଏମ୍ କିଷାନ ଟଙ୍କା ପ୍ରଦାନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ୨୧ତମ କିସ୍ତିରେ ୧୮ ହଜାର କୋଟି ଟଙ୍କା ପ୍ରଦାନ କରିଛନ୍ତି । ୯ କୋଟିରୁ ଉର୍ଦ୍ଧ୍ୱ ଚାଷୀ ଭାଇଭଉଣୀଙ୍କ ଖାତାକୁ ଯାଇଛି ଟଙ୍କା ।










