20.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶଆଜି କୃଷକଙ୍କ ଖାତାକୁ ଆସିବ ପିଏମ୍‌ କିଷାନ ଟଙ୍କା

ଆଜି କୃଷକଙ୍କ ଖାତାକୁ ଆସିବ ପିଏମ୍‌ କିଷାନ ଟଙ୍କା

ନୂଆଦିଲ୍ଲୀ : ଆଜି କୃଷକଙ୍କ ଖାତାକୁ ଆସିବ ପିଏମ୍‌ କିଷାନ ଟଙ୍କା । ବିହାରରୁ‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ର ୧୯ତମ କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ପଠାଇବେ ପ୍ରଧାନମନ୍ତ୍ରୀ ମୋଦି । ଦେଶର ପ୍ରାୟ ୯ କୋଟି ଚାଷୀଙ୍କ ଖାତାକୁ ଆସିବ ୨ ହଜାର ଲେଖାଏଁ ଟଙ୍କା । ପିଏମ ମୋଦି ଡିବିଟି ଜରିଆରେ ୯.୫ କୋଟି ଚାଷୀଙ୍କ ଆକାଉଣ୍ଟକୁ ଏହି ଟଙ୍କା ପଠାଇବେ । ସରକାର ଏହି କିସ୍ତି ପାଇଁ ୨୦ ହଜାର କୋଟିରୁ ଅଧିକ ଅର୍ଥ ବ୍ୟୟବରାଦ କରିଛନ୍ତି। ପିଏମ କିଷାନ ଯୋଜନାରେ ଦେଶର କୃଷକଙ୍କୁ ଆର୍ଥିକ ସ୍ଥିରତା ପ୍ରଦାନ କରୁଛି । ପୂର୍ବରୁ ଯୋଜନାର ୧୮ତମ କିସ୍ତି ୨୦୨୪ ଅକ୍ଟୋବର ୫ରେ ମହାରାଷ୍ଟ୍ରରୁ ଜାରି କରିଥିଲେ ପ୍ରଧାନମନ୍ତ୍ରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking