32.1 C
Bhubaneswar
Saturday, March 28, 2026
Homeଦେଶ ବିଦେଶନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀ ଶନିବାର ଜେୱାରରେ ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ପ୍ରଥମ ପର୍ଯ୍ୟାୟ ଉଦଘାଟ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ବିଗତ ସରକାରଙ୍କୁ ଟାର୍ଗେଟ କରିବା ସହିତ ଭାରତ ଉପରେ ବିଶ୍ୱ ସଙ୍କଟର ପ୍ରଭାବ କୁ ଦର୍ଶାଇବା ପାଇଁ ପ୍ରୟାସ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ବିମାନବନ୍ଦର ପଶ୍ଚିମ ଉତ୍ତର ପ୍ରଦେଶରେ ସଂଯୋଗୀକରଣ ଏବଂ ଅର୍ଥନୈତିକ ସମ୍ଭାବନାକୁ ବୃଦ୍ଧି କରିବା ନୋଏଡା ଅନ୍ତର୍ଜାତୀୟ ବିମାନବନ୍ଦର ଯୋଗୁଁ ଆଗ୍ରା, ମଥୁରା, ଅଲିଗଡ ଗାଜିଆବାଦ, ମିରଟ, ଏତାହ , ବୁଲ ସନ୍ଦର, ଫରିଦାବାଦ ଅଞ୍ଚଳ ଲାଭବାନ ହେବାକୁ ଯାଉଛି । ବିମାନବନ୍ଦରରେ ପ୍ରତି ୨ ମିନିଟରେ ଗୋଟିଏ ବିମାନ ଉଡାଣ ପାଇଁ ଲକ୍ଷ୍ୟ ରଖାଯାଇଛି । ଏହା ବିକଶିତ ଉତ୍ତର ପ୍ରଦେଶର ପ୍ରତୀକ ହେବ ବୋଲି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ଉତ୍ତରପ୍ରଦେଶର ଲୋକଙ୍କୁ ଶୁଭେଚ୍ଛା ଓ କୃଷକଙ୍କୁ ଧନ୍ୟବାଦ ଜଣାଇଥିଲେ ।

ପ୍ରଧାନମନ୍ତ୍ରୀ ଏହି ଅବସରରେ ପୂର୍ବ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ । ସେମାନେ ବର୍ଷ ବର୍ଷ ଧରି ଏହି ପ୍ରକଳ୍ପକୁ ଗଡାଇ ଚାଲିଥିଲେ ବୋଲି ମୋଦୀ କହିଛନ୍ତି ।୨୦୦୩ରେ ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବାବେଳେ ନୋଏଡା ବିମାନବନ୍ଦରକୁ କ୍ଲିୟରାନ୍ସ ମିଳିଥିଲା । କିନ୍ତୁ କଂଗ୍ରେସ ଓ ଅନ୍ୟ ରାଜ୍ୟ ସରକାର ଏଠାରେ ଶିଳାନ୍ୟାସ କରିବାକୁ ଦେଇନଥିଲେ ବୋଲି ମୋଦୀ କହିଥିଲେ । ପ୍ରକଳ୍ପ କେବଳ କାଗଜକଲମରେ ରହିଯାଇଥିଲା । ବିଜେପି ଉଭୟ କେନ୍ଦ୍ର ଓ ରାଜ୍ୟରେ କ୍ଷମତାକୁ ଆସିବା ପରେ ଏହି ପ୍ରକଳ୍ପକୁ ଗତି ମିଳିଥିଲା। ବିଜେପି ଆସିବା ପରେ ଶିଳାନ୍ୟାସ ହେବା ସହିତ ବିମାନବନ୍ଦର ନିର୍ମାଣ କାର୍ଯ୍ୟ ଶେଷ କରାଯାଇ ଆଜି ଏହାର ଉଦଘାଟନ କରାଯାଇଛି ବୋଲି ମୋଦୀ କହିଥିଲେ। ମୋଦୀ ଏହି ଅବସରରେ ପଶ୍ଚିମ ଏସିଆରେ ଯୁଦ୍ଧ ଯୋଗୁ ବିଶ୍ବରେ ଦେଖାଯାଇଥିବା ତୈଳ ସଙ୍କଟ ସମ୍ପର୍କରେ କହିଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ, ଏହି ସଙ୍କଟ ପ୍ରଭାବ ଆମ କୃଷକଙ୍କ ଉପରେ ପଡ଼ିବାକୁ ଦିଆଯିବ ନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking