18.1 C
Bhubaneswar
Thursday, February 19, 2026
Homeଓଡିଶାଆଜିଠୁ ଯୁକ୍ତ ଦୁଇ ପରୀକ୍ଷା

ଆଜିଠୁ ଯୁକ୍ତ ଦୁଇ ପରୀକ୍ଷା

ଭୁବନେଶ୍ୱର: ଆଜିଠୁ ଯୁକ୍ତ ଦୁଇ ପରୀକ୍ଷା । ବିଜ୍ଞାନ, କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ୨୮ ମାର୍ଚ୍ଚ ଯାଏଁ ୨୩ଟି ସିଟିଂରେ ଅନୁଷ୍ଠିତ ହେବ ପରୀକ୍ଷା । ଚଳିତ ଥର ୪ ଲକ୍ଷ ୧ ହଜାର ୬୩୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ସୁରକ୍ଷିତ ପରୀକ୍ଷା ପରିଚାଳନା ପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସକ ପ୍ରଶାସନକୁ ଦାୟିତ୍ୱ ଦିଆଯାଇଛି । ହବ ଗୁଡିକରେ ପ୍ରଥମ ଥର ପାଇଁ ଏଆଇ କ୍ୟାମେରା ଲଗାଯାଇଛି । ସମସ୍ତ ପରୀକ୍ଷା ସେଣ୍ଟର ସିସିଟିଭି ମନିଟରିଂ ବି ସିଏଚଏସଇର ସ୍ୱତନ୍ତ୍ର କଣ୍ଟ୍ରୋଲ ରୁମରେ କରାଯିବ । ସମସ୍ତ ଅଧିକାରୀ, ପର୍ଯ୍ୟବେକ୍ଷକ, ସ୍ମାତ୍ ସଦସ୍ୟ, ଜିଲ୍ଲା ପ୍ରଶାସନର କର୍ମଚାରୀ ଏବଂ ଅନ୍ୟ କର୍ମଚାରୀମାନେ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବା ପୂର୍ବରୁ ନିଜର ମୋବାଇଲ୍ ଫୋନ କେନ୍ଦ୍ର ସୁପରିଣ୍ଟେଣ୍ଡେଣ୍ଟଙ୍କ ପାଖରେ ଜମା କରିବେ କିମ୍ବା ନିଜ ଗାଡ଼ିରେ ରଖିବେ । ଚାପମୁକ୍ତ ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନଙ୍କୁ ସରକାର ପରାମର୍ଶ ଦେଇଛନ୍ତି । କପି କଲାବେଳେ ଧରା ପଡ଼ିଲେ, ମାଲ୍ ପ୍ରାକ୍ଟିସ ଭାବେ ବିବେଚନା କରାଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking