30.1 C
Bhubaneswar
Wednesday, June 4, 2025
Homeଓଡିଶାପ୍ରକାଶ ପାଇଲା ଯୁକ୍ତ ୨ ରେଜଲ୍ଟ

ପ୍ରକାଶ ପାଇଲା ଯୁକ୍ତ ୨ ରେଜଲ୍ଟ

ଭୁବନେଶ୍ୱର: କଳା, ବାଣିଜ୍ୟ , ବିଜ୍ଞାନ , ଧନ୍ଦାମୂଳକ ଶିକ୍ଷା ରେଜଲ୍ଟ ପ୍ରକାଶ ପାଇଛି । ସିଏଚଏସଇ କାଯ୍ୟାଳୟରେ ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ୱେବସାଇଟରେ ଦେଖିପାରିବେ ଯୁକ୍ତ ୨ ରେଜଲ୍ଟ । ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ   ା ପରୀକ୍ଷାଫଳ ଜାଣିବାକୁ  results.digilocker.gov.in ଚେକ୍‌ କରିପାରିବେ ଛାତ୍ରଛାତ୍ରୀ । ଚଳିତ ବର୍ଷ  ଯୁକ୍ତ ଦୁଇ ରେଜଲ୍ଟ ପାସ ହାର ୮୨.୭୭ ପ୍ରତିଶତ । ପୁଅଙ୍କ ତୁଳନାରେ ଝିଅଙ୍କ ପାସ ହାର ଅଧିକ ରହିଛି । ଝିଅଙ୍କ  ପାସ ହାର  ୮୭. ୨୪ ପ୍ରତିଶତ, ପୁଅଙ୍କ ପାସ ହାର ୭୭. ୮୮ ପ୍ରତିଶତ ରହିଛି । ୧ ଲକ୍ଷ ୪୨ ହଜାର ୫୧୬ ଛାତ୍ର  ଉତୀଣ୍ଣ  ହୋଇଛନ୍ତି । ୧ ଲକ୍ଷ ୭୪ ହଜାର ୨୫୧ ଛାତ୍ରୀ ଉତୀଣ୍ଣ ହୋଇଛନ୍ତି । ବିଜ୍ଞାନରେ ପାସ୍‌ ହାର ୮୭.୪୯ ପ୍ରତିଶତ ଓ କଳାରେ ପାସ୍‌ ହାର ୮୦.୫୧ ପ୍ରତିଶତ, କମର୍ସରେ ପାସ୍‌ ହାର ୮୩.୦୨ ପ୍ରତିଶତ ରହିଛି ।  ଧନ୍ଦାମୂଳକ ପରୀକ୍ଷାରେ ପାସ୍ ହାର ୬୦.୫୭ ପ୍ରତିଶତ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking