25.1 C
Bhubaneswar
Saturday, October 26, 2024
Homeଦେଶ ବିଦେଶଦୀପାବଳି ପୂର୍ବରୁ ବେଙ୍ଗଲରେ ଦଙ୍ଗା ଏବଂ ବିସ୍ଫୋରଣ ପାଇଁ ହେଉଛି ଷଡ଼ଯନ୍ତ୍ର: ମମତା ବାନାର୍ଜୀ

ଦୀପାବଳି ପୂର୍ବରୁ ବେଙ୍ଗଲରେ ଦଙ୍ଗା ଏବଂ ବିସ୍ଫୋରଣ ପାଇଁ ହେଉଛି ଷଡ଼ଯନ୍ତ୍ର: ମମତା ବାନାର୍ଜୀ

କୋଲକାତା: ଦୀପାବଳି ସମୟରେ ପଶ୍ଚିମବଙ୍ଗରେ ଦଙ୍ଗା କିମ୍ବା ବିସ୍ଫୋରଣ ନେଇ ଯୋଜନା କରୁଛନ୍ତି କିଛି ଅସାମାଜିକ ତତ୍ତ୍ୱ । ଏକଥା ଖୋଦ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି । ପୋଲିସକୁ ସୁରକ୍ଷା ବ୍ୟବସ୍ଥା ବଢ଼ାଇବାକୁ କହିଛନ୍ତି ମମତା । ଟିଏମସି ସୁପ୍ରିମୋ ଦାବି କରିଛନ୍ତି ଯେ, ଦୀପାବଳି ଏବଂ ଛଠ୍ ପୂଜା ସମୟରେ ଅଶାନ୍ତି ସୃଷ୍ଟି କରିବା ଲାଗି ଚକ୍ରାନ୍ତ କରାଯାଉଛି । ପୂଜା ସମୟରେ ସୁରକ୍ଷା ବ୍ୟବସ୍ଥା ଆହୁରି କଡ଼ାକଡ଼ି କରିବାକୁ ରାଜ୍ୟ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି ମମତା ବାନାର୍ଜୀ । ଜାତୀୟ ଖବର ଅନୁସାରେ ମମତା ବାନାର୍ଜୀ କହିଛନ୍ତି, ‘କାଳୀ ପୂଜା ଆସୁଛି । ପୋଲିସ ଏବଂ ସ୍ପୋଶଲ୍ ଟାସ୍କ ଫୋର୍ସ ଗୁଇନ୍ଦା ରିପୋର୍ଟ ସଂଗ୍ରହ କରି ରାଜ୍ୟରେ ସମ୍ଭାବ୍ୟ ବିସ୍ଫୋରଣକୁ ରୋକିବାକୁ ଯୋଜନା କରିବାକୁ ହେବ । ବେଙ୍ଗଲରେ ସାଂପ୍ରଦାୟିକ ଦଙ୍ଗା ଏବଂ ହିଂସା ସୃଷ୍ଟି କରିବାକୁ ଚକ୍ରାନ୍ତ କରାଯାଉଛି ।

ଏହାକୁ ରୋକିବାକୁ ପଡ଼ିବ।’ ଚଳିତ ବର୍ଷ କାଳୀ ପୂଜା ଡିସେମ୍ବର ୩୧ରେ ପାଳନ କରାଯିବ । ପୂଜା ସମୟରେ କିଛି ଲୋକ ବିଶେଷ କରି କୋଲକାତାରେ ଧାର୍ମିକ ଶାନ୍ତି ଭଙ୍ଗ କରି ଅସ୍ଥିରତା ସୃଷ୍ଟି କରିବାକୁ ଚେଷ୍ଟ କରିପାରନ୍ତି ବୋଲି ମମତା ବାନାର୍ଜୀ କହିଛନ୍ତି । ସେ କହିଛନ୍ତି, ‘ମୁଁ ବେଙ୍ଗଲରେ କୌଣସି ସାଂପ୍ରଦାୟିକ ହିଂସା ଚାହୁଁନାହିଁ । ଏଭଳି କାଣ୍ଡ ଭିଆଇବାକୁ ଯୋଜନା କରୁଥିବା ଲୋକଙ୍କ ବିରୋଧରେ ପୋଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । କିନ୍ତୁ ମୁଁ ଗଣମାଧ୍ୟମକୁ ଅନୁରୋଧ କରୁଛି, ଏହାକୁ ଏକ ସମ୍ବେଦନଶୀଳ ପ୍ରସଙ୍ଗ ନକରନ୍ତୁ । ଦୟାକରି ଲୋକମାନଙ୍କ ଗହଣରେ ଭୟ ସୃଷ୍ଟି କରନ୍ତୁ ନାହିଁ।’ ବାତ୍ୟା ଦାନା ପ୍ରଭାବରେ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ପଶ୍ଚିମବଙ୍ଗ ଏହାର ମୁକାବିଲା କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଏଭଳି ମନ୍ତବ୍ୟ ଚିନ୍ତା ବଢ଼ାଇ ଦେଇଛି । ବାତ୍ୟା ସ୍ଥିତିର ସମୀକ୍ଷା ସମୟରେ ସାଂପ୍ରଦାୟିକ ସ୍ଥିରତା ଉପରେ ଗୁରୁତ୍ୱ ଦେଇଛନ୍ତି ମମତା ବାନାର୍ଜୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking