26.1 C
Bhubaneswar
Saturday, December 20, 2025
Homeଦେଶ ବିଦେଶଖେଳ ପଡ଼ିଆରେ ଅଘଟଣ: ୮ ଗୁରୁତର

ଖେଳ ପଡ଼ିଆରେ ଅଘଟଣ: ୮ ଗୁରୁତର

ମୁମ୍ବାଇ : ମୁମ୍ବାଇର ଥାନେ ଅଞ୍ଚଳରେ ଘଟିଛି ଏଭଳି କିଛି ଘଟଣା। ଫୁଟ୍‌ବଲ୍‌ ପଡ଼ିଆରେ ପିଲା ଖେଳୁଥିବା ବେଳେ ଟିଣ ସେଡ୍‌ ହଠାତ ଖସି ପଡ଼ି ୭ ରୁ ୮ ଜଣ ପିଲା ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ଚିକିତ୍ସା ପାଇଁ ନିକଟସ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ସୂଚନା ଅନୁସାରେ, ମୁମ୍ବାଇ ନିକଟସ୍ଥ ଥାନେରେ ପିଲାମାନେ ପ୍ରବଳ ବର୍ଷା ଭିତରେ ଫୁଟବଲ୍‌ ଖେଳୁଥିଲେ। ଏହି ସମୟରେ ବର୍ଷା ଓ ପବନ ଯୋଗୁ ଏକ ଟିଣ ସେଡ୍‌ ଖସି ପଡିଥିଲା। ଏହି ଦୁର୍ଘଟଣାରେ ୭ରୁ ୮ ଜଣ ପିଲା ଗୁରୁତର ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ନିଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣା ବେଳର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ବଡ ଟିଣ ସେଡ୍‌ ତଳେ ପଡିଥିବା ଦେଖିବାକୁ ମିଳିଛି। ଟିଣ ତଳେ ଫସି ରହିଥିବା ପିଲାଙ୍କୁ ପାଖରେ ଥିବା ଅନ୍ୟ ଖେଳାଳିମାନେ ବାହାରକୁ ଆଣିବାକୁ ଚେଷ୍ଟା କରୁଛନ୍ତି। ଅନ୍ୟ କିଛି ପିଲା ଆହତ ହୋଇଥିବା ମଧ୍ୟ ଭିଡିଓରେ ନଜର ଆସିଛନ୍ତି। ସେପଟେ ଏହି ଘଟଣା ପରେ ଶିବସେନା ଏକନାଥ ସିନ୍ଧେ ଗୋଷ୍ଠୀର ବିଧାୟକ ପ୍ରତାମ ସରନାଏକ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଆହତମାନଙ୍କୁ ସହାୟତା କରିବାକୁ ଆଶ୍ୱାସନା ଦେଛନ୍ତି। ପ୍ରତାପ ସାରନାକ ଆହତମାନଙ୍କୁ ଡାକ୍ତରଖାନାରେ ଭେଟିଛନ୍ତି। ଆହତଙ୍କ ମଧ୍ୟରୁ ଅନେକ ପିଲାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ୧୭ ରୁ ୧୮ ପିଲା ଫୁଟବଲ ଖେଳିବାକୁ ଯାଇଥିଲେ। ପବନ ଯୋଗୁ ଅନ୍ୟ ଏକ ସୋସାଇଟି ବିଲ୍ଡିଂର ଏକ ଟିଣସେଡ୍‌ ଖସି ପିଲାମାନଙ୍କ ଉପରେ ପଡ଼ିଥିଲା ଏହି ସମସ୍ତ ପିଲା ନବମ ଏବଂ ଦଶମ ଶ୍ରେଣୀର ଛାତ୍ର ବୋଲି କୁହାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking