ଭୁବନେଶ୍ୱର :ଷ୍ଟେଟମିଟରୁ ଖେଳାଳି ଙ୍କ ନାଁ ବାଦ ପଡିଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆସିଛି ଓଡିଶା ଜନ୍ମାଷ୍ଟିକ ସଂଘ ବିରୋଧରେ । ଓଡିଆ ଖେଳାଳି ଅପେକ୍ଷା ଅଣଓଡିଆ ଖେଳାଳି ଙ୍କୁ ଅଧିକ ଲାଭ ଦିଆଯାଉଛି । ତେବେ ଏହାର ପ୍ରତିକ୍ରିୟା ରଖିଲେ ମନ୍ତ୍ରୀ ସୂଯ୍ୟବଂଶୀ ସୂରଜ । ୨ ଦିନ ତଳେ ଅଭିଯୋଗ ହୋଇଥିଲା । ଏକଥା ଆମେ ବୁଝୁନୁ । ଆସୋସିଏସନ ବୁଝୁଛି । ମୋ ଜାଣିବାରେ ପ୍ରଥମ ଲିଷ୍ଟ ଏବେ ବାହାରିଛି । ପୂର୍ୱରୁ କିଛି ବାହାରିନି । ଯେଉଁ ଲେଟରକୁ ପ୍ରମାଣ ରୂପ ଦେଖାଉଛନ୍ତି ସେଥିରେ ଦସ୍ତଖତ ନାହିଁ । ସ୍ୱଛ୍ୱ ତଦନ୍ତ ହେବ । ଆଇନର ଆଶ୍ରୟ ନେଇ ହେବ । ଆବଶ୍ୟକ ପଡିଲେ କ୍ରୀଡାବିତଙ୍କୁ ସହେଯାଗ କରିବି ।