ଭୁବନେଶ୍ୱର: ସବୁ ସହରାଞ୍ଚଳକୁ ନଗର ଉନ୍ନୟନ ମନ୍ତ୍ରୀଙ୍କ ନିର୍ଦ୍ଦେଶ । ଟ୍ରାଫିକ ପୋଷ୍ଟ ନିକଟ ଡିଭାଇଡରରେ ଲଗାଅ ତୁଳସୀ ଗଛ । ଟ୍ରାଫିକ ପୋଷ୍ଟରେ ଅଟକୁଥିବା ଯାତ୍ରୀ ଭଲ ଅକ୍ସିଜେନ ପାଇବେ । ତୁଳସୀ ଗଛ ଭଲ ଅକ୍ସିଜେନ ଦେଇଥାଏ। ଏବେ ଆମ ପାଇଁ ଅକ୍ସିଜେନ କମିକମି ଚାଲିଛି। ତେଣୁ ତୁଳସୀ ଗଛ ଲାଗିଲେ, ଲୋକେ ଅଧିକ ଅକ୍ସିଜେନ ପାଇପାରିବେ ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ଏ ନେଇ ୟୁଏଲବିକୁ ନଗର ଉନ୍ନୟନ ମନ୍ତ୍ରୀଙ୍କ ନିର୍ଦ୍ଦେଶ ଦେଇଛନ୍ତି।










