22.1 C
Bhubaneswar
Friday, February 6, 2026
Homeଓଡିଶାପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହ ପର୍ଯ୍ୟଟନର ବିକାଶକୁ ତ୍ୱରାନ୍ୱିତ କରିବ ୬ଷ୍ଠ ଓଡିଶା ଟ୍ରାଭେଲ ବଜାର

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହ ପର୍ଯ୍ୟଟନର ବିକାଶକୁ ତ୍ୱରାନ୍ୱିତ କରିବ ୬ଷ୍ଠ ଓଡିଶା ଟ୍ରାଭେଲ ବଜାର

ଓଡିଶାକୁ ଏକ ଅଗ୍ରଣୀ ପର୍ଯ୍ୟଟନ ଗନ୍ତବ୍ୟସ୍ଥଳୀ ଭାବେ ପ୍ରୋତ୍ସାହିତ କରିବ

ଆସନ୍ତା ଫେବୃଆରୀ ୨୪ରୁ ୨୭ ତାରିଖ ୨୦୨୫ ପର୍ଯ୍ୟନ୍ତ ଆୟୋଜିତ ହେବ

ଭୁବନେଶ୍ୱର : ଭାରତୀୟ ବାଣିଜ୍ୟ ଓ ଶିଳ୍ପ ମହାସଂଘ (ଫିକି) ସହ ସହଭାଗିତାରେ ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଗର୍ବର ସହିତ ଓଡିଶା ଟ୍ରାଭେଲ ବଜାର ୨୦୨୫ର ୬ଷ୍ଠ ସଂସ୍କରଣର ଘୋଷଣା କରାଯାଉଛି । ଆସନ୍ତା ଫେବୃଆରୀ ୨୪ରୁ ୨୭ ତାରିଖ ୨୦୨୫ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଥିବା ଏହି ପ୍ରମୁଖ କାର୍ଯ୍ୟକ୍ରମ ଏକ ଅଗ୍ରଣୀ ଆନ୍ତର୍ଜାତୀୟ ଭ୍ରମଣ ଗନ୍ତବ୍ୟସ୍ଥଳୀ ଭାବେ ଓଡିଶାର ସ୍ଥିତିକୁ ସୁଦୃଢ କରିବାକୁ ଲକ୍ଷ୍ୟ ରଖିଛି ।

ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ରାଜ୍ୟର ସାଂସ୍କୃତିକ ଐତିହ୍ୟ, ଶାନ୍ତ ବେଳାଭୂମି, ଇକୋ-ଟୁରିଜିମ ଓ ଆଡ୍‌ଭେଂଚର ଟୁରିଜିମ ଅଫରିଙ୍ଗଗୁଡିକୁ ହାଇଲାଇଟ କରିଥିଲେ ।
ଓଡିଶା ସରକାରଙ୍କ ପର୍ଯ୍ୟଟନ ବିଭାଗର କମିଶନର ତଥା ସଚିବ ବଲୱନ୍ତ ସିଂହ ଓଡିଶାର ପର୍ଯ୍ୟଟନ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଲକ୍ଷ୍ୟ ରଖିଥିବା ରାଜ୍ୟ ସରକାର ପର୍ଯ୍ୟଟନ ନୀତି, ପଦକ୍ଷେପ ଓ ରଣନୈତିକ ଦୃଷ୍ଟିକୋଣ ଉପରେ ମୂଲ୍ୟବାନ ତଥ୍ୟ ପ୍ରଦାନ କରିଥିଲେ ।

୬ଷ୍ଠ ଓଡିଶା ଟ୍ରାଭେଲ ବାଜାର ୨୦୨୫ ହେଉଛି ଏକ ପ୍ରମୁଖ କ୍ରେତା-ବିକ୍ରେତା ସମ୍ମିଳନୀ ଯାହା ଜାତୀୟ ଓ ଆନ୍ତର୍ଜାତୀୟ ଟ୍ରାଭେଲ ଓ ଟୁର ଅପରେଟର, ଡେଷ୍ଟିନେଶନ ମ୍ୟାନେଜମେଂଟ କମ୍ପାନୀ (ଡିଏମ୍‌ସି) ଓ ଓଡିଶାର ବିକ୍ରେତା ମାନଙ୍କୁ ଏକତ୍ରିତ କରିବ । ମେ’ଫେୟାର କନ୍‌ଭେନଶନ ଓ ସ୍ୱସ୍ତି ପ୍ରିମିୟମ ଭୁବନେଶ୍ୱରଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀଙ୍କୁ ଓଡିଶାର ବିସ୍ତୃତ ପର୍ଯ୍ୟଟନ କ୍ଷେତ୍ରକୁ ଅନ୍ୱେଷଣ କରିବା ପାଇଁ ଅନୁମତି ଦେବ ।

ଏହାର ସଫଳତାକୁ ବଜାୟ ରଖି ଓଡିଶା ଟ୍ରାଭେଲ ବଜାର ୨୦୨୫ ଓଡିଶାକୁ ଉଭୟ ଘରୋଇ ଓ ଆନ୍ତର୍ଜାତୀୟ ପର୍ଯ୍ୟଟକଙ୍କ ପାଇଁ ଏକ ଅଗ୍ରଣୀ ପର୍ଯ୍ୟଟନ ଗନ୍ତବ୍ୟସ୍ଥଳୀ ଭାବେ ପ୍ରୋତ୍ସାହିତ କରିବ । ରାଜ୍ୟର ଲୁକ୍କାୟିତ ସ୍ଥାନଗୁଡିକ ଏବେ ବାସ୍ତବ ଅନୁଭୂତି ଚାହୁଁଥିବା ଭ୍ରମଣକାରୀଙ୍କ ପାଇଁ ପ୍ରାଥମିକ ପସନ୍ଦ ଭାବେ ସ୍ୱୀକୃତି ଲାଭ କରୁଛନ୍ତି । ନିଜର ଅନନ୍ୟ ପ୍ରାକୃତିକ ଓ ସାଂସ୍କୃତିକ ଐତିହ୍ୟ ସହିତ ଓଡିଶା ବିବିଧ ଓ ଆକର୍ଷଣୀୟ ଭ୍ରମଣ ଅନୁଭୂତି ଦେଉଛି ଯାହା ବର୍ଷ ପରେ ବର୍ଷ ପରିଦର୍ଶକମାନଙ୍କୁ ଆକର୍ଷିତ କରିଆସୁଛି ।

ଓଡିଶା ଟ୍ରାଭେଲ ବଜାର ୨୦୨୫ର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ଘରୋଇ ଓ ଆନ୍ତର୍ଜାତୀୟ ବଜାରରେ ଓଡିଶାର ପର୍ଯ୍ୟଟନସ୍ଥଳୀଗୁଡିକୁ ପ୍ରୋତ୍ସାହିତ କରିବା । ଓଡିଶାରେ ଥିବା ସମ୍ଭାବନାଗୁଡିକର ଏକ ସତେଜ ଦୃଷ୍ଟିକୋଣ ଉପସ୍ଥାପନ କରି ରାଜ୍ୟ ସରକାର ଆନ୍ତର୍ଜାତୀୟ ମାନର ଏକ ବହୁମୂଖୀ ପର୍ଯ୍ୟଟନ କେନ୍ଦ୍ର ଭାବେ ଓଡିଶାକୁ ଅବସ୍ଥାପିତ କରିବା ପାଇଁ ରଣନୈତିକ ପଦକ୍ଷେପ ଗ୍ରହଣ କରୁଛନ୍ତି ।

ଭାରତର ୩୦ରୁ ଅଧିକ ସହରର ପ୍ରାୟ ୧୦୦ ଘରୋଇ ଟୁର ଅପରେଟର ଏବଂ ଅଷ୍ଟ୍ରେଲିଆ, ୟୁକେ, ଜର୍ମାନୀ, ବେଲ୍‌ଜିୟମ, ଦକ୍ଷିଣ ଆଫ୍ରିକା, ସ୍ପେନ, ସିଙ୍ଗାପୁର ଭଳି ୧୭ଟି ଦେଶରୁ ୩୦ର ଅଧିକ ବିଦେଶୀ ଟୁର ଅପରେଟର ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଛନ୍ତି । ଏହି କାର୍ଯ୍ୟକ୍ରମ ଓଡିଶାର ପର୍ଯ୍ୟଟନ କ୍ଷେତ୍ରର ୭୦ ଜଣ ସେଲର, ଘରୋଇ ଟୁର ଅପରେଟର (ଡିଟିଓ) ଓ ବିଦେଶୀ ଟୁର ଅପରେଟର (ଏଫ୍‌ଟିଓ)ଙ୍କ ମଧ୍ୟରେ B2B ବୈଠକଗୁଡିକ ଉପରେ ଗୁରୁତ୍ୱ ଦେବ । ଏଥିସହିତ ଅଂଶଗ୍ରହଣକାରୀମାନେ ଭିତରକନିକା, ରଘୁରାଜପୁର, ପୁରୀ-କୋଣାର୍କ, ଡାଇମଣ୍ଡ ଟ୍ରାଏଙ୍ଗେଲ ଭଳି ଓଡିଶାର ବିଭିନ୍ନ ପର୍ଯ୍ୟଟନ ଗନ୍ତବ୍ୟସ୍ଥଳୀଗୁଡିକୁ ଯାତ୍ରା କରିବେ । ଏହି କାର୍ଯ୍ୟକ୍ରମ ସମୟରେ ସେଲରମାନଙ୍କ ସହ ୩୦୦୦ ପୂର୍ବ ନିର୍ଦ୍ଧାରିତ ବୈଠକ ଧାର୍ଯ୍ୟ କରାଯାଇଛି । ଏହାବ୍ୟତୀତ B2G ବୈଠକ ଓ ଆଡ୍‌ଭେଂଚର ୱାର୍କସପ ଏହି କାର୍ଯ୍ୟକ୍ରମର ପ୍ରମୁଖ ଅଂଶ ହେବାକୁ ଯାଉଛି ।

ଓଡିଶା ଟ୍ରାଭେଲ ବଜାର ୨୦୨୫ ଓଡିଶାର ପର୍ଯ୍ୟଟନ କ୍ଷେତ୍ରକୁ ସୁଦୃଢ କରିବା ଏବଂ ବିଶ୍ୱବ୍ୟାପୀ ଭ୍ରମଣକାରୀଙ୍କ ପାଇଁ ଏକ ନିଶ୍ଚିତ ଭ୍ରମଣ ଗନ୍ତବ୍ୟସ୍ଥଳୀ ଭାବେ ରାଜ୍ୟକୁ ଅବସ୍ଥାପିତ କରିବା କ୍ଷେତ୍ରରେ ଏକ ଉଲ୍ଲେଖନୀୟ କାର୍ଯ୍ୟକ୍ରମରେ ପରିଣତ ହେବା ପାଇଁ ପ୍ରସ୍ତୁତ ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking