ରାଉରକେଲା: ରାଉରକେଲାରେ ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ । ୯ ସିଟ ବିଶିଷ୍ଟ ବିମାନଟି ରାଉରକେଲାରୁ ଭୁବନେଶ୍ୱରକୁ ଉଡାଣ ଭରିଥିଲା । ୧୦ କିଲୋମିଟର ଉଡାଣ ପରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ରାଉରକେଲା ରଘୁନାଥପାଲି ଜଲଦା ଏ ବ୍ଲକରେ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି । ବିମାନରେ ୬ ଜଣ ଯାତ୍ରୀ ରହିଥିଲେ । ପାଇଲଟ ସହ ୬ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ୪ଜଣ ଯାତ୍ରୀଙ୍କ ମଧ୍ୟରେ ୨ ଜଣ ପୁରୁଷ, ୨ ଜଣ ମହିଳା ରହିଛନ୍ତି । ଆହତମାନେ ହେଉଛନ୍ତି, ସୁଶାନ୍ତ କୁମାର ବିଶ୍ୱାଳ, ଅନୀତା ସାହୁ, ସୁନୀଲ ଅଗ୍ରୱାଲ, ସବିତା ଅଗ୍ରୱାଲ , ୨ କ୍ରିଉ ସଦସ୍ୟ- କ୍ୟାପଟେନ ନବୀନ କାଡଙ୍ଗା, କ୍ୟାପଟେନ ତରୁଣ ଶ୍ରୀବାସ୍ତବ। ଆହତଙ୍କୁ ହସ୍ପିଟାଲ ରେ ଭର୍ତ୍ତି କରାଯାଇଛି । ଉଡ଼ାଣର କିଛି ସମୟ ପୂର୍ବରୁ ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା ଦୁର୍ଘଟଣାର କାରଣ ଏ ଯାଏଁ ଜଣାପଡିନାହିଁ । କେଉଁ ପରିସ୍ଥିତିରେ କ୍ରାସ ଲ୍ୟାଣ୍ଡିଂ କଲସ୍ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ । ଖବର ପାଇ ଦୁର୍ଘଟଣାସ୍ଥଳରେ ରଘୁନାଥ ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ଅନ୍ୟପଟେ ପରିବହନ ମନ୍ତ୍ରୀ ବିଭୂତି ଜେନା ପ୍ରତିକ୍ରିୟା ରଖି କହିଛନ୍ତି, ୧୦ କିଲୋମିଟର ଉଡାଣ ପରେ ଦୁର୍ଘଟଣା ହୋଇଛି । ଦୁର୍ଘଟଣାରେ ୬ ଜଣ ଆହତ ହୋଇଛନ୍ତି ।









