26.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶଲଣ୍ଡନ୍‌ରେ ଦୁର୍ଘଟଣାଗ୍ରସ୍ତ ହେଲା ବିମାନ; ଉଡାଣର କିଛି ସମୟ ମଧ୍ୟରେ ଜଳିଗଲା

ଲଣ୍ଡନ୍‌ରେ ଦୁର୍ଘଟଣାଗ୍ରସ୍ତ ହେଲା ବିମାନ; ଉଡାଣର କିଛି ସମୟ ମଧ୍ୟରେ ଜଳିଗଲା

ଲଣ୍ଡନ୍‌: ଗୁଜରାଟର ଅହମଦାବାଦ୍ ବିମାନ ଦୁର୍ଘଟଣା ଭଳି ଲଣ୍ଡନରେ ମଧ୍ୟ ଏକ ବିମାନ ଦୁର୍ଘଟଣା ଘଟିଥିବା ସମ୍ପର୍କରେ ସୂଚନା ମିଳିଛି । ଲଣ୍ଡନର ସାଉଥ୍ ଏଣ୍ଡ୍ ବିମାନବନ୍ଦରରୁ ଉଡାଣ ଭରିବାର କିଛି ସମୟ ପରେ ବିଚ୍ କ୍ରାଫ୍ ବି ୨୦୦ ସୁପରକିଙ୍ଗ ଏୟାର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ବିମାନଟି ସମ୍ପୂର୍ଣ୍ଣ ଜଳି ଯାଇଥିବା ସୂଚନା ମିଳିଛି ଏବଂ ସବୁକିଛି ପୋଡି ପାଉଁଶ ହୋଇଯାଇଛି । ଉଡାଣ ଭରିବାର କିଛି ସମୟ ଭିତରେ ଏହି ଛୋଟ ବିମାନଟି ଜଳିଯାଇଛି । ତେବେ ଦୁର୍ଘଟଣା ସମୟରେ ଏଥିରେ କେତେ ଯାତ୍ରୀ ଥିଲେ ସେନେଇ କୌଣସି ସୂଚନା ଏଯାବତ୍ ମିଳିନାହିଁ । ସୁତରାଂ ଏହି ଅଘଟଣରେ ମୃତକଙ୍କ ସଂଖ୍ୟା ଜଣାପଡିନାହିଁ । ସୂଚନା ଅନୁଯାୟୀ ବିମାନଟି ନେଦରଲ୍ୟାଣ୍ଡର ଲେଲିଷ୍ଟାଡକୁ ଯାଉଥିଲା । ସ୍ଥାନୀୟ ସାଂସଦ ଡେଭିଡ୍ ବର୍ଟନ୍ ସାମ୍ପସନ୍ ନିଜର ଏକ୍ସ ଆକାଉଣ୍ଟରେ ପୋଷ୍ଟ କରି ବିମାନ ଦୁର୍ଘଟଣା ନେଇ ଅବଗତ ଥିବା କହିଛନ୍ତି । ବିମାନବନ୍ଦରର ୱେବସାଇଟ୍ ଅନୁଯାୟୀ, ଦୁର୍ଘଟଣା ଯୋଗୁ ରବିବାର ଅପରାହ୍ନରେ ଅତି କମରେ ଚାରୋଟି ନିର୍ଦ୍ଧାରିତ ଉଡ଼ାଣ ବାତିଲ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking