19.1 C
Bhubaneswar
Sunday, January 11, 2026
Homeଓଡିଶାବିମାନ କ୍ରାସ୍‌: ଏଏଆଇବି ଟିମ୍‌ର ତନାଘନା

ବିମାନ କ୍ରାସ୍‌: ଏଏଆଇବି ଟିମ୍‌ର ତନାଘନା

ରାଉରକେଲା: ରାଉରକେଲାରେ ବିମାନ କ୍ରାସ୍ ଦୁର୍ଘଟଣା । ଦୁର୍ଘଟଣାସ୍ଥଳରେ ସ୍ୱତନ୍ତ୍ର ଟିମ୍‌ର ସରଜମିନ ତଦନ୍ତ ଆରମ୍ଭ । ୪ ଜଣିଆ ଏଏଆଇବି ଟିମ୍‌ର ତନାଘନା । ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ମଧ୍ୟ ଦୁର୍ଘଟଣାସ୍ଥଳରେ ଉପସ୍ଥିତ ରହି ତଦନ୍ତ କରୁଛି। ଡିଜିସିଏର ୫ ଜଣିଆ ଟିମ୍ ସହ ୪ ଜଣିଆ ଏଏଆଇବି ଟିମ୍‌ର ଚାଲିଛି ଆଲୋଚନା । ସୂଚନାଯୋଗ୍ୟ, ଗତକାଲି ଭୁବନେଶ୍ୱରରୁ ରାଉରକେଲା ଅଭିମୁଖେ ଯାଉଥିବା ବେଳେ ଇଣ୍ଡିଆ – ୧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ୨ ପାଇଲଟ ସହ ୪ ଜଣ ଯାତ୍ରୀ ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ଗୁରୁତର ଥିବା ୨ ଜଣଙ୍କୁ ଆଜି ଏୟାରଲିଫ୍ଟ କରାଯାଇଛି । ବାକି ୪ ଜଣ ଆଇଜିଏଚ୍ ମେଡିକାଲରେ ଚିକିତ୍ସା ଚାଲିଛି ।ଏହି ଦୁର୍ଘଟଣା ନେଇ ନିର୍ଦ୍ଦେଶିକ ପ୍ରସନ୍ନ ପ୍ରଧାନ ଗତକାଲି ସୂଚନା ଦେଇଥିଲେ ଯେ ଏହି ବିମାନ ଦୁର୍ଘଟଣା କ୍ରାସ୍ ଲ୍ୟାଣ୍ଡିଂ ନୁହେଁ ଫୋର୍ସ ଲ୍ୟାଣ୍ଡିଂ ହୋଇଛି । ଇଞ୍ଜିନ୍‌ରେ ତ୍ରୁଟି ଥାଇପାରେ, ଯେଉଁଥିପାଇଁ ଫୋର୍ସ ଲ୍ୟାଣ୍ଡିଂ କରାଯାଇଛି । ଅବତରଣ ୧୫ ମିନିଟ୍ ପୂର୍ବରୁ ଫୋର୍ସ ଲ୍ୟାଣ୍ଡିଂ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking