26.1 C
Bhubaneswar
Saturday, January 11, 2025
Homeଓଡିଶାବାଲି ଚୋରି ରୋକିବାକୁ ପ୍ଲାନ: ମନ୍ତ୍ରୀ

ବାଲି ଚୋରି ରୋକିବାକୁ ପ୍ଲାନ: ମନ୍ତ୍ରୀ

ଭୁବନେଶ୍ୱର : ବାଲି ମାଫିଆଙ୍କ ଦୌରାତ୍ମ୍ୟ ବଡ ସମସ୍ୟା ଦେଖାଦେଇଛି । ଏନେଇ ରାଜସ୍ୱ ମନ୍ତ୍ରୀ  ସୁରେଶ ପୂଜାରୀ ବଡ ବୟାନ ରଖିଛନ୍ତି । କହିଛନ୍ତି ବାଲି ମାଫିଆଙ୍କ ଦୋରାତ୍ମ୍ୟ  ବଡ ସମସ୍ୟା ହୋଇଛି । ରାଜସ୍ୱରୁ  ବାଲିକୁ ଅଲଗା କରି ଖଣି ବିଭାଗରେ ରଖାଯାଇଛି । କାହିଁକି  ଗତ ସରକାର ଅଲଗା  କଲେ ଜଣା ନାହିଁ କହିଛନ୍ତି ମନ୍ତ୍ରୀ । ବାଲି ଖଣିଜ ପଦାର୍ଥର ତାଲଲିକାଭୁକ୍ତ କେମିତି ହେଲା ପ୍ରଶ୍ନ କରିଛନ୍ତି ମନ୍ତ୍ରୀ ।  ଆହୁରି କହିଛନ୍ତି , ବାଲି ଖନନ ହୁଏ ନାହିଁ ସଂଗ୍ରହ ହୁଏ  କହିଛନ୍ତି ରାଜସ୍ୱ ମନ୍ତ୍ରୀ । ବାଲି ଚୋରି ଅଭିଯୋଗ  ହସ୍ତଗତ ହୋଇଛି । ଆଇନ ଉଲଂଘନର ଅଭିଯୋଗ ମଧ୍ୟ ଆସୁଛି । ବାଲି ପରିବହନରୁ ବଡବଡ  ଗାଡି ଦ୍ୱାରା  ରାସ୍ତା ଖରାପ ହେଉଛି । ଜଳ ସମ୍ପଦ  ବିଭାଗର ମଧ୍ୟ ମତ ନିିଆଯାଇଛି ।  ବାଲି ଉତ୍ତୋଳନ ବେଳେ ନଦୀ ଗୁଡିକର ଜଳ ପ୍ରବାହ ମଧ୍ୟ ବ୍ୟାଘାତ ହେଉଛି । ଆଗରୁ ଅଳ୍ପ ରାଜସ୍ୱ ଆସୁଥିଲା । ଏବେ ବଢି ଚାଲିଛି । ବାଲି ଚୋରି ରୋକିବାକୁ  ସରକାର ବ୍ୟବସ୍ଥା କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking