32.1 C
Bhubaneswar
Wednesday, October 16, 2024
Homeଦେଶ ବିଦେଶଅଗ୍ନିପଥ ଯୋଜନା ଏବଂ ନିୟମିତ ସୈନିକ ପାଇଁ ନିଯୁକ୍ତି ରାଲି

ଅଗ୍ନିପଥ ଯୋଜନା ଏବଂ ନିୟମିତ ସୈନିକ ପାଇଁ ନିଯୁକ୍ତି ରାଲି

କଟକ:  କଟକ, ପୁରୀ, ବାଲେଶ୍ୱର, ମୟୁରଭଞ୍ଜ, ଭଦ୍ରକ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, ଏବଂ ନୟାଗଡ ଜିଲ୍ଲାର ଅଗ୍ନିପଥ ଯୋଜନାରେ ଚୟନ ହୋଇଥିବା ପ୍ରାର୍ଥୀ ଏବଂ ନିୟମିତ ସୈନିକ ( ସିପାହୀ ଫାର୍ମା, ସୈନିକ ଟେକ ନର୍ସିଂ ସହାୟକ, ଏବଂ ଧାର୍ମିକ ଶିକ୍ଷକ କେବଳ ଜେସିଓ ବିଭାଗ) ଏବଂ ପଶ୍ଚିମବଙ୍ଗ, ଓଡ଼ିଶା ଓ ସିକିମର ମହିଳା ମିଲିଟାରି ପୁଲିସ୍‌ଙ୍କ ନିମନ୍ତେ ୧୮ ଅକ୍ଟୋବର ୨୦୨୪ ଠାରୁ ୨୬ ଅକ୍ଟୋବର ୨୦୨୪ ପର୍ଯ୍ୟନ୍ତ ସେନା ନିଯୁକ୍ତି ରାଲି ଅନୁଷ୍ଠିତ ହେବ । ଏହି ନିଯୁକ୍ତି ରାଲି ସମୟରେ ଅନଲାଇନ୍ ସାଧାରଣ ପ୍ରବେଶିକା ପରୀକ୍ଷା (ସିଇଇ)ରେ ଚୟନ ହୋଇଥିବା ପ୍ରାର୍ଥୀମାନେ ଶାରିରୀକ ଫିଟନେସ୍ ପରୀକ୍ଷା ଏବଂ ମେଡିକାଲ ପରୀକ୍ଷା ଦେବେ । ଏଥିନିମନ୍ତେ ପ୍ରାର୍ଥୀମାନଙ୍କ ପଞ୍ଜିକୃତ ଇ-ମେଲ୍ ଠିକଣାରେ ଆଡମିଟ କାର୍ଡଗୁଡିକ ପଠାଇ ଦିଆଯାଇଛି ।

ପ୍ରାର୍ଥୀମାନେ ଭାରତୀୟ ସେନାର ୱେବସାଇଟ୍ ଙ୍ଗଙ୍ଗଙ୍ଗ.ହକ୍ଟସଦ୍ଭସଦ୍ଭୟସବଦ୍ଭବକ୍ସଜ୍ଞଚ୍ଚ.ଦ୍ଭସମ.ସଦ୍ଭରେ ନିଜ ପ୍ରୋଫାଇଲରେ ଲଗ ଇନ୍ କରି ଆଡମିଟ କାର୍ଡ ଡାଉନଲୋଡ କରିପାରିବେ । ଏଥିନିମନ୍ତେ କୌଣସି ପ୍ରଶ୍ନ ଥିଲେ କଟକସ୍ଥିତ ସେନା ନିଯୁକ୍ତି କାର୍ଯ୍ୟାଳୟର ଫୋନ ନମ୍ବର ୦୬୭୧-୨୩୦୫୨୮୦ କିମ୍ବା ୯୪୩୭୧୬୨୨୮୦ରେ ଯୋଗାଯୋଗ କରିପାରିବେ । ନିଯୁକ୍ତି ପ୍ରକ୍ରିୟା ସମୟରେ ନିଜର କୌଣସି ଅରିଜିନାଲ ଡକ୍ୟୁମେଣ୍ଟ କାହାକୁ ନଦେବା ପାଇଁ ପ୍ରାର୍ଥୀମାନଙ୍କୁ ପରାମର୍ଶ ଦିଆଯାଉଛି । ଏଭଳି କୌଣସି ଖବର ନଜରକୁ ଆସିଲେ ତୁରନ୍ତ ସ୍ଥାନୀୟ ପୁଲିସ୍ କିମ୍ବା ନିଯୁକ୍ତି ରାଲିର ଅଧିକାରୀମାନଙ୍କୁ ଜଣାଇବାକୁ ଅନୁରୋଧ କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking