ଭୁବନେଶ୍ୱର: ଯାତ୍ରା ମଞ୍ଚ ଚଢ଼ିବାକୁ ଅଭିନେତା ପୀୟୂଷ ତ୍ରିପାଠୀଙ୍କୁ ଅନୁମତି ମିଳିଛି । ଭୁବନେଶ୍ବର କୋର୍ଟ ଅନୁମତି ଦେଇଥିବା କହିଲେ ପୀୟୂଷଙ୍କ ଓକିଲ । ପୀୟୂଷଙ୍କ ଉପରେ ଲାଗିଥିବା ଅନ୍ତରୀଣ ରହିତାଦେଶ ଉଠାଇଛନ୍ତି କୋର୍ଟ । ପିୟୁଷ ତ୍ରିପାଠୀଙ୍କ ମାମଲାରେ ରାୟ ରଖି ଅଭିନୟ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛି ଅଦାଲତ । କେବଳ ପିୟୁଷଙ୍କ ଅଭିନୟକୁ ନେଇ ଅଦାଲତ ତାଙ୍କୁ ଅନୁମତି ଦେଇଛି । ମାମଲାର ବିଚାର ପରବର୍ତ୍ତୀ ଶୁଣାଣିରେ କରାଯିବ ।










