23.1 C
Bhubaneswar
Monday, February 23, 2026
Homeଅପରାଧଝିଆରୀକୁ ବ୍ଲାକମେଲ କରି ୮ ମାସର ଗର୍ଭବତୀ କରାଇଦେଲେ ପିଉସା

ଝିଆରୀକୁ ବ୍ଲାକମେଲ କରି ୮ ମାସର ଗର୍ଭବତୀ କରାଇଦେଲେ ପିଉସା

ମୟୁରଭଞ୍ଜ : ଝିଆରିର ଗାଧୋଇବା ଭିଡିଓ ଉତ୍ତୋଳନ କରି ପ୍ରଥମେ ବ୍ଲାକମେଲ କଲେ ପରେ ତା’ ସହ ଶାରିରୀକ ସମ୍ପର୍କ ରଖିଲେ । ଶେଷରେ ଝିଆରୀକୁ ୮ ମାସର ଗର୍ଭବତୀ କରାଇଦେଲେ ପିଉସା । ଶଶୂର ଘରେ ରହୁଥିଲେ ପିଉସା । ଝିଆରୀ ଉପରେ ପକାଇଥିଲେ ଖରାପ ନଜର। ଭୁଲିଗଲେ ରକ୍ତ ସମ୍ପର୍କ କରି ବସିଲେ ଏପରି କାଣ୍ଡ । ନାବାଳିକା ଜଣକ ୧୦ମ ଶ୍ରେଣୀରେ ପାଠ ପଢ଼ୁଥିଲେ ଆଉ କେଇଟା ଦିନ ଯାଇଥିଲେ ମ୍ୟାଟ୍ରିକ ପରୀକ୍ଷା ଦେଇଥାଆନ୍ତେ । ତା’ ପରେ କଲେଜରେ ପାଠ ପଢ଼ିଥାଆନ୍ତେ । ନିଜର ଉଜ୍ଜ୍ବଳ ଭବିଷ୍ୟତ ଗଢ଼ିଥାଆନ୍ତେ । କିନ୍ତୁ ତା’ ପୂର୍ବରୁ ଯୌନ ଶିକାର ହୋଇ ଏବେ ସେ ୮ ମାସର ଗର୍ଭବତୀ ।

ମୟୁରଭଞ୍ଜ ବାରିପଦା ଏକ ସ୍କୁଲର ୧୦ମ ଶ୍ରେଣୀରେ ନାବାଳିକା ଛାତ୍ରୀ ପଢ଼ନ୍ତି । ସେଠାରେ ସେ ଭଲ ପାଠ ମଧ୍ୟ ପଢ଼ଉଥିଲେ । ପିଉସା ଘରେ ରହୁଥିବା ବେଳେ ପିଉସା ତାକୁ ଭିଡିଓ ଭାଇରାଲ କରିବାର ଧମକ ଦେଇ ବାରମ୍ୱାର ଦୁଷ୍କର୍ମ କରିଥିଲା । ୮ମାସର ଅନ୍ତସତ୍ଵା ହେବା ପରେ ଜାଣିଲେ ପରିବାର ଲୋକେ । ଏବେ ନ୍ୟାୟ ପାଇଁ ବାରିପଦା ଟାଉନ ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକେ ।ବାରିପଦା ସହର ବାଘରାରୋଡ ଅଞ୍ଚଳରେ ଘରଜ୍ବାଇଁ ରହି ଏକ ଜଳଖିଆ ଦୋକାନ କରିଥିଲା ଅଭିଯୁକ୍ତ ପିଉସା ଗଣେଶ ମହାକୁଡ। ନାବାଳିକା ଜଣକ ତାଙ୍କ ଦୋକାନ ଆସୁଥିବା ବେଳେ ନାବାଳିକା ସହ ଦୁଷ୍କର୍ମ କରି ଭିଡିଓ ରେକଡିଂର୍ କରିଥିଲା ଅଭିଯୁକ୍ତ । ଭିଡିଓ ଭାଇରାଲ କରିଦେବା ଧମକ ଦେଇ ଦୀର୍ଘ ଦିନ ଧରି ଦୁଷ୍କର୍ମ କରି ଆସୁଥିଲା ଅଭିଯୁକ୍ତ। ନାବାଳିକା ୮ ମାସର ଗର୍ଭବତୀ ହେବା ପରେ ପିଉସାର କଳାକାରନାମା ସାମ୍ନାକୁ ଆସିଥିଲା । ବାରିପଦା ଟାଉନ ଥାନା ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଜାରି ରଖିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking