ଗଞ୍ଜାମ: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଏସପି ଏସବଣା ବିବେକ ଏମ ସୂଚନା ଦେଇଛନ୍ତି । କହିଛନ୍ତି, ତଥ୍ୟ ମିଳିଛି, ତଦନ୍ତ ଚାଲିଛି । ପୋଷ୍ଟମର୍ଟମ କରାଯାଇଛି । ମିଳିଥିବା ଖୋକାକୁ ଟେଷ୍ଟ ପାଇଁ ପଠାଯାଇଛି । ସାଇଣ୍ଟିଫିକ ଟିମର ରିପୋର୍ଟ ପହଞ୍ଚି ସାରିଛି । ସିସିଟିଭି ଫୁଟେଜରୁ ଅନେକ ତଥ୍ୟ ମିଳିଛି । ୫ରୁ ୬ ଜଣଙ୍କୁ ଡାକି ପଚରା ଉଚରା ଚାଲିଛି । ୫୦ରୁ ଅଧିକ ଲୋକଙ୍କୁ ପଚରାଉଚରା ସରିଲାଣି । ଘଟଣାରେ କିଛି ଲୋକଙ୍କୁ ସନ୍ଦେହ କରାଯାଉଛି । କେହି ଜଣେ ଫଲୋ କରୁଥିବା ଆମେ ସନ୍ଦେହ କରୁଛୁ । ଘଟଣା ସମ୍ପର୍କରେ ଖୁବଶୀଘ୍ର ସତ ସାମ୍ନାକୁ ଆସିବ ।










