15.1 C
Bhubaneswar
Saturday, December 6, 2025
Homeଓଡିଶାପୀତବାସ ପଣ୍ଡା ହତ୍ୟା: ପୁଣି ରିମାଣ୍ଡରେ ଯିବେ ଉମା, ଯୋଗୀ

ପୀତବାସ ପଣ୍ଡା ହତ୍ୟା: ପୁଣି ରିମାଣ୍ଡରେ ଯିବେ ଉମା, ଯୋଗୀ

ଗଞ୍ଜାମ: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୁଣି ରିମାଣ୍ଡରେ ଯିବେ ଉମା, ଯୋଗୀ । ୬ ଜଣ ଅଭିଯୁକ୍ତଙ୍କୁ ପୁଲିସ ରିମାଣ୍ଡରେ ନେଇ ଜେ ରା କରିସାରିଛି । ଏବେ ପୁଣିଥରେ ସେଥିମଧ୍ୟରୁ ଦୁଇ ଅଭିଯୁକ୍ତ ଉମା ବିଷୋୟୀ ଓ ଯୋଗେନ୍ଦ୍ର ରାଉତକୁ ରିମାଣ୍ଡରେ ନେଇ ଅଧିକ ଜେରା କରାଯିବ ବୋଲି ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ସର୍ବଣା ବିବେକ ଏମ ।  ପୂର୍ବରୁ କର୍ପୋରେଟର୍ ମଳୟ ବିଶୋୟୀ ଓ ଆଇନଜୀବୀ ମଦନ ଦଳେଇଙ୍କ ସମେତ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଉମା ବିଶୋୟୀ, ଯୋଗେନ୍ଦ୍ର ରାଉତ ଓ ସୁଟର୍‌ କୁରୁପତି ଭୂୟାଁ ସମେତ ଚିଣ୍ଟୁ ପ୍ରଧାନକୁ ଦୁଇଦିନିଆ ରିମାଣ୍ଡରେ ନେଇ ପୁଲିସ ଜେରା କରିଥିଲା । ସମସ୍ତଙ୍କ ରିମାଣ୍ଡ ଅବଧି ଶେଷ ହେବା ପରେ ପୁଣି ଜେଲକୁ ପଠାଇ ଦିଆଯାଇଥିଲା । ତେବେ ଦୁଇ ଦିନିଆ ରିମାଣ୍ଡରେ ଆସିଥିବା ଉଭୟ ମଳୟ ବିଶୋୟୀ ଓ ମଦନ ଦଳେଇଙ୍କୁ ପୁଲିସ ଗୋଟିଏ ଦିନ ପରେ ଜେଲକୁ ପଠାଇ ଦେଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking