22.1 C
Bhubaneswar
Friday, December 5, 2025
Homeଓଡିଶାପୀତବାସ ପଣ୍ଡା ହତ୍ୟା ମାମଲା: ୭ ଅଟକ

ପୀତବାସ ପଣ୍ଡା ହତ୍ୟା ମାମଲା: ୭ ଅଟକ

ଗଞ୍ଜାମ: ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ୭ ଜଣଙ୍କୁ ଅଟକ ରଖିଛି ପୋଲିସ ।  ଅଭିଯୁକ୍ତଙ୍କ ମଧ୍ୟରେ ୨ ଜଣ ଯବାନ ଥିବା କୁହାଯାଉଛି। ଜଣେ ସିଆଇଏସଏଫ ଯବାନ ଓ ଜଣେ ଅଷ୍ଟମ ବାଟାଲିୟନର ଯବାନଙ୍କୁ ଅଟକ ରଖାଯାଇଥିବା  ସୂଚନା ମିଳିଛି । ରିଜର୍ଭ ବାରାକରେ ଚାଲିଛି  ପଚରାଉଚରା । ଦିଗପହଣ୍ଡି, ହିଞ୍ଜି ଅଞ୍ଚଳର  ଯୁବକଙ୍କୁ ଜେରା କରାଯାଉଛି।କିଛି ଟୋଲଗେଟ ପରେ ପୁଲିସ ଛାନଭିନ  ଚଳାଇଥିବା ଜଣାପଡିଛି। ପୁଲିସ ହାତରେ ଲାଗିଛି ୨ ଦାମୀ କାର । ୪ ଦିନ ତଳେ ଘରକୁ ଫେରୁଥିବା ବେଳେ  ପଏଣ୍ଟ ବ୍ଲାଙ୍କରେ  ଗୁଳି କରି ଚମ୍ପଟ ମାରିଥିଲେ ୨ ଦୁର୍ବୃତ୍ତ। ସୂଚନାଥାଉକି, ସୋମବାର ରାତି ୧୦ଟା ଘରକୁ ଫେରିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ପୀତବାସଙ୍କୁ ଗୁଳି କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଆଇନଜୀବୀ ପୀତବାସ ସେଠାରେ ଟଳିପଡିଥିଲେ । ସ୍ଥାନୀୟ ଲୋକେ ପହଞ୍ଚି ତାଙ୍କୁ ମେଡିକାଲ ନେବା ସମୟରେ ମୃତ୍ୟୁ ହୋଇଯାଇଥିଲା । ବ୍ୟବଚ୍ଛେଦ ପରେ ତାଙ୍କ ମେରୁଦଣ୍ଡରୁ ୯ ଏମଏମ ଗୁଳି ବାହାରିଥିଲା।ଏହା ପରେ ରାଜ୍ୟର ସମସ୍ତ ଆଇନଜୀବି ପୀତବାସଙ୍କୁ ଗୁଳି କରି ହତ୍ୟା ମାମଲାରେ ବିଭିନ୍ନ ଦାବି କରି କଲମ ଛାଡ ଆନ୍ଦୋଳନ କରିଥିଲେ । ଉକ୍ତ ଘଟଣାର ତଦନ୍ତ ପାଇଁ ପୋଲିସ  ଏକାଧିକ ଟିମ ଗଠନ କରିଛି । ୬ ଜଣିଆ ଟିମ ଆନ୍ଧ୍ରପ୍ରଦେଶ ଯାଇଥିବା ସୂଚନା ମିଳିଛି । ଅନ୍ୟପଟେ ପୀତବାସ ପଣ୍ଡାଙ୍କ ପୁଅ କହିଛନ୍ତି ଆମକୁ ନ୍ୟାୟ ଦରକାର । ବାପାଙ୍କର କିଛି ପୂର୍ବଶତ୍ରୁତା ନଥିଲା । ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ଦାବି କରିଛନ୍ତି । ତେବେ କିଏ ଓ କାହିଁକି ଆଇନଜୀବୀ ପୀତବାସଙ୍କୁ ଗୁଳି କରି ହତ୍ୟା କଲେ ତାହାର କାରଣ ଏଯାଏ ଅସ୍ପଷ୍ଟ ରହିଛି । ପୋଲିସ ତଦନ୍ତ ଚଳାଇଛି ଘଟଣାରେ  ୭ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking