ଭୁବନେଶ୍ୱର: ପୀତବାସ ପଣ୍ଡା ହତ୍ୟା ମାମଲାରେ ଏମଏସଏମଇ ମନ୍ତ୍ରୀ ବୟାନ ରଖିଛନ୍ତି । କହିଛନ୍ତି, ଦୋଷୀଙ୍କ ବିରୋଧରେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ । ଘଟଣାରେ ସମ୍ପୃକ୍ତ ଷଡଯନ୍ତ୍ରକାରୀଙ୍କୁ ଛଡାଯିବନାହିଁ । ପୁଲିସ ଅନେକ ତଥ୍ୟ ପାଇଲାଣି, ଆହୁରି ଅନୁସନ୍ଧାନ ଚାଲିଛି । ସୂଚନାଥାଉକି, ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା ମାମଲାରେ ଆଜି ସାରା ରାଜ୍ୟରେ ଆଇନଜୀବୀମାନେ କଲମ ଛାଡ ଆନ୍ଦୋଳନ କରିଛନ୍ତି । ଏବଂ ବିଭିନ୍ନ ଦାବି ମଧ୍ୟ ସରକାରଙ୍କ ପାଖରେ ରଖିଛନ୍ତି । ସୋମବାର ରାତି ୧୦ଟାରେ ନିଜ ଘର ପାଖ ବୈକୁଣ୍ଠ ନଗର ମୁଖ୍ୟ ଗଳିରେ ସେ ଠିଆ ହୋଇଥିଲେ । ସେହି ସମୟରେ ଦୁଇ ଦୁର୍ବୃତ୍ତ ବାଇକରେ ପ୍ରଥମେ ଆସିଥିଲେ । ତାଙ୍କ ଉପରକୁ ଗୁଳି ମାରି ଘଟଣାସ୍ଥଳରୁ ଖସି ପଳାଇଥିଲେ । ସେଇଠି ହିଁ ସେ ବେହୋସ ହୋଇ ପଡିଯାଇଥିଲେ । ପାଖରେ ଥିବା ଲୋକମାନେ ତାଙ୍କ ନିକଟକୁ ଆସିଥିଲେ । ତାଙ୍କୁ ହସ୍ପିଟାଲକୁ ତୁରନ୍ତ ନେବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ଦୁଃଖର କଥା ରାସ୍ତାରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା ।










