14.1 C
Bhubaneswar
Monday, December 8, 2025
Homeଓଡିଶାପୀତବାସ ହତ୍ୟାକାଣ୍ଡ: କର୍ପୋରେଟରଙ୍କୁ ଜେରା

ପୀତବାସ ହତ୍ୟାକାଣ୍ଡ: କର୍ପୋରେଟରଙ୍କୁ ଜେରା

ବ୍ରହ୍ମପୁର: ବିଜେପି ନେତା ତଥା ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଆସିଲା ବଡ଼ ଅପଡେଟ୍ । କର୍ପୋରେଟରଙ୍କୁ ପଚରାଉଚରା କରୁଛି ସ୍ୱତନ୍ତ୍ର ପୋଲିସ୍ ଟିମ୍‌। ଏହି ସମୟରେ ଅନ୍ୟ ୩ ଜଣଙ୍କୁ ଜେରା କରୁଛନ୍ତି ତଦନ୍ତକାରୀ ଅଫିସର୍। ଏସ୍‌ପି ଡ. ଶ୍ରବଣା ବିବେକ ଏମ୍‌ଙ୍କ ନେତୃତ୍ୱରେ ସିସିଟିଭି ଯାଞ୍ଚ କରାଯାଉଛି। ତେବେ କର୍ପୋରେଟର ଜଣଙ୍କ କିଏ ଏବଂ ହତ୍ୟା କାଣ୍ଡରେ ତାଙ୍କର ସଂପୃକ୍ତି ଅଛି କି ନାହିଁ, ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ । ଗତ ଦୁଇଦିନ ଭିତରେ ତିନୋଟି ଟିମ ଖଲ୍ଲିକୋଟ, କବିସୂର୍ଯ୍ୟନଗର, ପୋଲସରା ଓ ପାଟପୁର ଥାନା ଅଞ୍ଚଳରେ ଚଢ଼ାଉ କରିଥିଲା । ପୋଲିସ ହାତରେ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ଲାଗିଛି। ବ୍ରହ୍ମପୁର ଉପକଣ୍ଠ ଓ ଖଲ୍ଲିକୋଟରୁ ଜଣେ ଲେଖାଏଁ ଏବଂ ଅନ୍ୟ ଜଣେ ଦୁର୍ଦ୍ଦାନ୍ତ ଅପରାଧୀକୁ ପୋଲିସ ଉଠାଇ ଆଣି ଜେରା କରୁଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ ଯେ ଅକ୍ଟୋବର ୬ ତାରିଖରେ ବିଜେପି ନେତା ତଥା ବରିଷ୍ଠ ଆଇନ୍‌ଜୀବୀ ପୀତବାସ ପଣ୍ଡାଙ୍କୁ ବୈକୁଣ୍ଠନଗର ଛକ ନିକଟରେ ଗୁଳିମାଡ଼ କରିଥିଲେ ୨ ଜଣ ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ତାଙ୍କୁ ଏମ୍‌କେସିଜିରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking