15.1 C
Bhubaneswar
Saturday, December 6, 2025
Homeଓଡିଶାପୀତବାସ ହତ୍ୟାକାଣ୍ଡ: ପୂର୍ବତନ କର୍ପୋରେଟର ଓ ଛାତ୍ର ନେତା ଅଟକ

ପୀତବାସ ହତ୍ୟାକାଣ୍ଡ: ପୂର୍ବତନ କର୍ପୋରେଟର ଓ ଛାତ୍ର ନେତା ଅଟକ

ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ରୋମାଞ୍ଚକର ମୋଡ଼ । ନୋଟିସ ଦେଇ ଛାଡିଥିବା କର୍ପୋରେଟରଙ୍କୁ ରାତି ଅଧିଆ ଉଠାଇନେଲା ପୁଲିସ। ବାହାର ରାଜ୍ୟରୁ ଧରା ପଡ଼ିଥିବା ୮ ଅଭିଯୁକ୍ତଙ୍କ ସହ ସେହି କର୍ପୋରେଟରଙ୍କର କି ସମ୍ପର୍କ ରହିଛି ଏବେ ତା ଉପରେ ସମସ୍ତଙ୍କର ନଜର ରହିଛି । ସେହିପରି ବ୍ରହ୍ମପୁରର ଜଣେ ଛାତ୍ରନେତାଙ୍କୁ ଦିଲ୍ଲୀରୁ ବାନ୍ଧିଛି ପୁଲିସ । ସମ୍ପୃକ୍ତ ଛାତ୍ରନେତାଙ୍କ ମୋବାଇଲ ଓ ସିମ୍‌ ବି ଜବତ ହୋଇଛି। ହତ୍ୟାକାଣ୍ଡରେ ବ୍ୟବହୃତ କିଛି ଦାମୀ ଗାଡ଼ି ଓ ବାଇକ ବି ପୁଲିସ ହାତରେ ଲାଗିଥିବା ସୂଚନା ମିଳିଛି ।ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ଦିଲ୍ଲୀ, ବିହାରରୁ ୮ଜଣଙ୍କୁ ପୁଲିସ ଧରିଥିଲା ବେଳେ ବ୍ରହ୍ମପୁରରୁ ୩ ଜଣଙ୍କୁ ନେଇ ପଚରାଉଚରା କରୁଛି । ମୁହାଁମୁହିଁ ଜେରା ପରେ ଅନେକ କିଛି କଥା ସାମ୍ନାକୁ ଆସିପାରିବ ବୋଲି ଆଶା କରାଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking