ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡ ପଛରେ ବଡ ଟ୍ୱିଷ୍ଟ । ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ତଥ୍ୟ। ବିକ୍ରମ ପଣ୍ଡାଙ୍କ ଆପତ୍ତିଜନକ ଫଟୋ ରଖି ବ୍ଲାକମେଲ କରୁଥିଲେ ପୀତବାସ । ହତ୍ୟାକାଣ୍ଡ ପଛରେ ରହିଛି ପୂର୍ବତନ ବିଧାୟକଙ୍କ ଆପତ୍ତିଜନକ ଫଟୋ ଲିଙ୍କ। ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ କିଛି ଆପତ୍ତିଜନକ ଫଟୋ ପୀତବାସଙ୍କ ପାଖେ ରହିଥିଲା। ତାହାକୁ ସର୍ବସାଧାରଣରେ ଭାଇରାଲ କରିଦେବେ ବୋଲି ପୀତବାସ ଧମକ ଦେଉଥିଲେ। ସେହି ଫଟୋକୁ ପୁଲିସ ଜବତ କରିଥିବା ଜଣାପଡିଛି। ପୀତବାସଙ୍କ ଆଲମିରା ସିକ୍ରେଟ ଚାମ୍ବରରୁ ଏକ ଲଫାପା ମିଳିଥିବା ବେଳେ ତା ଭିତରେ ଥିଲା ବିକ୍ରମଙ୍କ ୪ଟି ଆପତ୍ତି ଫଟୋ। ଏପରିକି ଏକ ପେନଡ୍ରାଇଭରେ ସେହି ଫଟୋରେ ଡିଜିଟାଲ କପି ବି ଥିଲା । ଯାହାକୁ ଜବତ କରିଥିବା ପୋଲିଲ ଚାର୍ଜସିଟରେ ଦର୍ଶାଇଛି । ପୀତବାସ ହତ୍ୟାକାଣ୍ଡ ପଛରେ ରାଜନୈତିକ ଓ ବ୍ୟବସାୟିକ ଶତ୍ରୁତା ଥିବା ପୋଲିସ ପ୍ରେସମିଟରେ କହିଥିଲା ବେଳେ ଏବେ ବିକ୍ରମ ପଣ୍ଡାଙ୍କ ଆପତ୍ତିଜନକ ଫଟୋ ଲିଙ୍କ ମାମଲାକୁ ଆହୁରି ଜଟିଳ କରିଛି ।










